• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

by Voice of Victims
March 13, 2024
in ଦେଶ ବିଦେଶ, ମୁଖ୍ୟ ଖବର
‘ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘ଇଣ୍ଡିଆଜ୍ ଟେକ୍‌ଏଡ୍‌: ଚିପ୍ସ ଫର୍ ବିକଶିତ ଭାରତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜି ଉଦ୍‌ଘାଟିତ ହୋଇଥିବା ସୁବିଧାଗୁଡ଼ିକ ହେଲା- ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସ୍‌ଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା, ଆସାମର ମୋରିଗାଓଁରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍‌ଏଟି) ସୁବିଧା ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍‌ଏଟି) ସୁବିଧା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଅବସର ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଗୁଜରାଟର ଧୋଲେରା ଏବଂ ସାନନ୍ଦ ଏବଂ ଆସାମର ମୋରେଗାଓଁରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ବୃହତ ସେମିକଣ୍ଡକ୍ଟର ଉତ୍ପାଦନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆଜିର ପ୍ରକଳ୍ପଗୁଡ଼ିକ ଭାରତକୁ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ତାଇୱାନର ସେମିକଣ୍ଡକ୍ଟର ଶିଳ୍ପର ଉଦ୍ୟୋଗୀ ମାନଙ୍କର ଭର୍ଚୁଆଲ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଆଜିର ଅବସର ପାଇଁ ଉତ୍ସାହ ପ୍ରକାଶ କରିଥିଲେ। ୬୦,୦୦୦ ରୁ ଅଧିକ କଲେଜ, ବିଶ୍ୱ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଏହି ଅନନ୍ୟ କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଆଜିର କାର୍ଯ୍ୟକ୍ରମ ଭାରତର ଭବିଷ୍ୟତର ପ୍ରକୃତ ଅଂଶୀଦାର ହୋଇଥିବାରୁ ଏହାକୁ ଦେଶର ଯୁବବର୍ଗଙ୍କ ସ୍ୱପ୍ନର କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତ କିପରି ଏକ ଦୃଢ଼ ଉପସ୍ଥିତି ପାଇଁ ବହୁମୁଖୀ ଢଙ୍ଗରେ କାର୍ଯ୍ୟ କରୁଛି ତାହା ଯୁବପିଢ଼ି ଦେଖୁଛନ୍ତି। ଜଣେ ଆତ୍ମବିଶ୍ୱାସୀ ଯୁବକ ଦେଶର ଭାଗ୍ୟ ବଦଳାଇ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏକବିଂଶ ଶତାବ୍ଦୀରେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଇଲେକ୍ଟ୍ରୋନିକ୍ସ ଚିପ୍ସର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେଡ୍ ଇନ୍ ଇଣ୍ଡିଆ ଏବଂ ଡିଜାଇନ୍ ଇନ୍ ଇଣ୍ଡିଆ ଚିପ୍ସ ଭାରତକୁ ଆତ୍ମନିର୍ଭରଶୀଳତା ଏବଂ ଆଧୁନିକୀକରଣ ଦିଗରେ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କାରଣରୁ ପ୍ରଥମ ତିନୋଟି ଶିଳ୍ପ ବିପ୍ଳବରୁ ବଞ୍ଚିତ ହେବା ପରେ ଭାରତ ଏବେ ଚତୁର୍ଥ ଶିଳ୍ପ ବିପ୍ଳବ ଇଣ୍ଡଷ୍ଟ୍ରି ୪.୦ର ନେତୃତ୍ୱ ନେବା ଉଦ୍ଦେଶ୍ୟରେ ଆଗକୁ ବଢ଼ୁଛି। ପ୍ରତି ସେକେଣ୍ଡକୁ ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ସରକାର କେଉଁଭଳି ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ତାହାର ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ସେମିକଣ୍ଡକ୍ଟର କ୍ଷେତ୍ରରେ ହୋଇଥିବା ଅଗ୍ରଗତିର କ୍ରମ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦୁଇ ବର୍ଷ ପୂର୍ବେ ସେମିକଣ୍ଡକ୍ଟର ମିଶନର ଘୋଷଣା ବିଷୟରେ କହିଥିଲେ ଏବଂ କିଛି ମାସ ମଧ୍ୟରେ ପ୍ରଥମ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ଏବଂ ବର୍ତ୍ତମାନ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। “ଭାରତ ପ୍ରତିଶ୍ରୁତି ଦିଏ, ଭାରତ ଏହାକୁ ପାଳନ କରେ ଏବଂ ଗଣତନ୍ତ୍ର ଏହା ପାଳନ କରେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ , ସିଜି ପାୱାର ଆଣ୍ଡ ଇଣ୍ଡଷ୍ଟ୍ରିଆଲ ସଲ୍ୟୁସନ୍ ଲିମିଟେଡର ଅଧ୍ୟକ୍ଷ ଭେଲାୟମ ସୁବିହା, ଟାଟା ସନ୍ସର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 35
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In