• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

by Voice of Victims
September 16, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ (ରି-ଇନଭେଷ୍ଟ)କୁ ଉଦଘାଟନ କରିଛନ୍ତି। ୩ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ୨୦୦ ଗିଗାୱାଟ୍ ରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବାରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଛି। ଏହି ପ୍ରଦର୍ଶନୀରେ ସରକାରୀ ଓ ବେସରକାରୀ କମ୍ପାନି, ଷ୍ଟାର୍ଟଅପ୍ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରି-ଇନଭେଷ୍ଟ ଶିଖର ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ଶକ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ନୀତିର ଭବିଷ୍ୟତ ଉପରେ ଆଗାମୀ ତିନି ଦିନ ମଧ୍ୟରେ ଗମ୍ଭୀର ଆଲୋଚନା ହେବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରୁ  ଆଲୋଚନା ଓ ଶିକ୍ଷା ସମଗ୍ର ମାନବଜାତି ଉପକୃତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି। ସଫଳ ଆଲୋଚନା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି। ୬୦ ବର୍ଷ ପରେ ରେକର୍ଡ ତୃତୀୟ ଥର ପାଇଁ ସେହି ସରକାରକୁ ନିର୍ବାଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ଜନାଦେଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତୃତୀୟ ଥର ପାଇଁ ସରକାର ପୁନଃ ନିର୍ବାଚିତ ହେବା ପଛରେ ଭାରତର ଆକାଂକ୍ଷା ହିଁ କାରଣ ବୋଲି ଶ୍ରୀ ମୋଦୀ କହିଛନ୍ତି। ୧୪୦ କୋଟି ନାଗରିକ, ଯୁବକ ଓ ମହିଳାଙ୍କ ବିଶ୍ୱାସ ଓ ଆତ୍ମବିଶ୍ୱାସ ଉପରେ ସେ ଆଲୋକପାତ କରିଥିଲେ, ଯେଉଁମାନେ ବିଶ୍ୱାସ କରନ୍ତି ଯେ ଏହି ତୃତୀୟ ପାଳିରେ ସେମାନଙ୍କଆକାଂକ୍ଷା ନୂଆ ଉଡ଼ାଣ ନେବ। ଗରିବ, ଦଳିତ ଓ ବଞ୍ଚିତ ଲୋକମାନେ ବିଶ୍ୱାସ କରନ୍ତି ଯେ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ସମ୍ମାନଜନକ ଜୀବନର ଗ୍ୟାରେଣ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଛନ୍ତି ଯେ ଭାରତର ୧୪୦ କୋଟି ନାଗରିକ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିବାର ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି। ଆଜିର କାର୍ଯ୍ୟକ୍ରମ ଏକ ଅଲଗା କାର୍ଯ୍ୟକ୍ରମ ନୁହେଁ ବରଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ବୃହତ ଦୃଷ୍ଟିକୋଣ, ମିଶନ ଏବଂ କାର୍ଯ୍ୟ ଯୋଜନାର ଏକ ଅଂଶ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନମଧ୍ୟରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ। “ପ୍ରଥମ ୧୦୦ ଦିନରେ ସରକାରଙ୍କ କାର୍ଯ୍ୟ ଏହାର ପ୍ରାଥମିକତା ଉପରେ ଆଲୋପାତ କରେ ଏବଂ ଗତି ଏବଂ ବ୍ୟାପକତାକୁ ପ୍ରତିଫଳିତ କରେ”, ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇ କହିଥିଲେ ଯେ ଭାରତର ଦ୍ରୁତ ଗତିର ବିକାଶ ପାଇଁ ଆବଶ୍ୟକ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ୧୦୦ ଦିନ ମଧ୍ୟରେ ଦେଶର ଭୌତିକ ଓ ସାମାଜିକ ଭିତ୍ତିଭୂମିକୁ ସମ୍ପ୍ରସାରଣ କରିବା ପାଇଁ ଏକାଧିକ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଭାରତ ୭ କୋଟି ଘର ନିର୍ମାଣ ପଥରେ ଗତି କରୁଛି ଯାହା ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ ଏବଂ ଗତ ଦୁଇ ପାଳିରେ ୪ କୋଟି ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ୧୨ଟି ନୂଆ ଶିଳ୍ପ ସହର ଗଠନ ନିଷ୍ପତ୍ତି, ୮ଟି ହାଇସ୍ପିଡ୍ ରୋଡ୍ କରିଡର ପ୍ରକଳ୍ପକୁ ଅନୁମୋଦନ, ୧୫ରୁ ଅଧିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ, ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଗବେଷଣା ପାଣ୍ଠି ଗଠନ, ଇ-ମୋବିଲିଟି କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା, ଉଚ୍ଚ ଗୁଣମାନର ଜୈବିକ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏବଂ ବାୟୋ ଇ-୩ ନୀତିକୁ ଅନୁମୋଦନ। ଗତ ୧୦୦ ଦିନ ମଧ୍ୟରେ ସବୁଜ ଶକ୍ତି କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପବନ ଶକ୍ତି ପ୍ରକଳ୍ପ ପାଇଁ ଏକ ଭୟାବିଲିଟି ଗ୍ୟାପ୍ ପାଣ୍ଠି ଯୋଜନା ଆରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ଭାରତ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୩୧,୦୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିବିଧତା, ବ୍ୟାପକତା, ସାମର୍ଥ୍ୟ, କ୍ଷମତା ଏବଂ କାର୍ଯ୍ୟଦକ୍ଷତା ସବୁ ଅନନ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରୟୋଗ ପାଇଁ ଭାରତୀୟ ସମାଧାନ ପାଇଁ ମାର୍ଗ ପ୍ରଶସ୍ତ କରିଛି । “କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଗତ ଏକ ମାସ ମଧ୍ୟରେ ଭାରତ ଦ୍ୱାରା ଆୟୋଜନ କରାଯାଇଥିବା ବିଶ୍ୱସ୍ତରୀୟ ଘଟଣାବିଷୟରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ ଚଳିତ ମାସ ପ୍ରାରମ୍ଭରେ ଆୟୋଜନ କରାଯାଇଥିଲା, ପ୍ରଥମ ଅନ୍ତର୍ଜାତୀୟ ସୌର ମହୋତ୍ସବ, ଆର୍ନ୍ତଜାତୀୟ ସେମିକଣ୍ଡକ୍ଟର ଶିଖର ସମ୍ମିଳନୀରେ ସାରା ବିଶ୍ୱର ଲୋକମାନେ ଅଂଶଗ୍ରହଣ କରିଥିଲେ, ଭାରତ ମଧ୍ୟ ଦ୍ୱିତୀୟ ଏସିଆ-ପ୍ରଶାନ୍ତ ମହାସାଗରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିଲା ଏବଂ ଆଜି ଭାରତ ସବୁଜ ଶକ୍ତିର ଏକ ସମ୍ମିଳନୀ ଆୟୋଜନ କରୁଛି । ଶ୍ୱେତ ବିପ୍ଳବ, ମିଠା (ମହୁ) ବିପ୍ଳବ, ସୌର ବିପ୍ଳବର ଆରମ୍ଭ ଦେଖିଥିବା ଗୁଜରାଟ ଏବେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ ଦେଖୁଥିବାରୁ ଏହା ଏକ ଖୁସିର ସୌଭାଗ୍ୟ ବୋଲି ଶ୍ରୀ ମୋଦୀ କହିଥିଲେ। “ଗୁଜରାଟ ଭାରତର ପ୍ରଥମ ରାଜ୍ୟ ଥିଲା ଯେଉଁଠାରେ ନିଜର ସୌର ନୀତି ଥିଲା” ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହା ପରେ ସୌରଶକ୍ତି ଉପରେ ଜାତୀୟ ନୀତି ଅନୁସରଣ କରାଗଲା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ ଜଳବାୟୁ ସମ୍ବନ୍ଧୀୟ ଏକ ମନ୍ତ୍ରଣାଳୟ ଗଠନ କରିବାରେ ଗୁଜରାଟ ସମଗ୍ର ବିଶ୍ୱରେ ସବୁଠାରୁ ଆଗରେ ରହିଛି । ସେ ଆଲୋକପାତ କରିଥିଲେ ଯେ ଗୁଜରାଟ ସୌର ପ୍ଲାଣ୍ଟ ସ୍ଥାପନ ଆରମ୍ଭ କରିସାରିଛି ଯେତେବେଳେ ବିଶ୍ୱ ଏହା ବିଷୟରେ ଚିନ୍ତା ମଧ୍ୟ କରିନଥିଲା । ସ୍ଥାନୀୟ ମହାତ୍ମା ମନ୍ଦିରର ନାମ ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ଜଳବାୟୁ ଆହ୍ବାନ ପ୍ରସଙ୍ଗ ଉଠିନଥିବା ବେଳେ ବିଶ୍ୱକୁ ସତର୍କ କରାଇଥିବା ଅଗ୍ରଣୀ ମହାତ୍ମା ଗାନ୍ଧୀଙ୍କ ନାମରେ ଏହାର ନାମକରଣ କରାଯାଇଛି। ମହାତ୍ମାଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ- “ପୃଥିବୀ ପାଖରେ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ସମ୍ବଳ ଅଛି, କିନ୍ତୁ ଆମର ଲୋଭ ପୂରଣ କରିବା ପାଇଁ ନୁହେଁ। ମହାତ୍ମା ଗାନ୍ଧୀଙ୍କ ଏହି ଦୃଷ୍ଟିକୋଣ ଭାରତର ମହାନ ପରମ୍ପରାରୁ ଉଭା ହୋଇଛି ବୋଲି ସେ କହିଛନ୍ତି। ସବୁଜ ଭବିଷ୍ୟତ, ନେଟ୍ ଜିରୋ ଭଳି ଶବ୍ଦ କଳ୍ପନାତ୍ମକ ଶବ୍ଦ ନୁହେଁ ବରଂ ଏହା କେନ୍ଦ୍ର ଏବଂ ଭାରତର ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଆବଶ୍ୟକତା ଓ ପ୍ରତିଶ୍ରୁତି ବୋଲି ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିକାଶଶୀଳ ଅର୍ଥନୀତି ଭାବରେ ଭାରତ ପାଖରେ ଏହି ପ୍ରତିଶ୍ରୁତିରୁ ଦୂରେଇ ରହିବାପାଇଁ ଏକ ବୈଧ ବାହାନା ଥିଲା କିନ୍ତୁ ସେମାନେ ସେହି ମାର୍ଗ ବାଛି ନଥିଲେ। ତେବେ ଆଜିର ଭାରତ କେବଳ ଆଜି ପାଇଁ ନୁହେଁ ବରଂ ଆଗାମୀ ହଜାର ବର୍ଷ ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। ଭାରତର ଲକ୍ଷ୍ୟ କେବଳ ଶୀର୍ଷରେ ପହଞ୍ଚିବା ନୁହେଁ ବରଂ ଶୀର୍ଷରେ ରହିବା ପାଇଁ ନିଜକୁ ପ୍ରସ୍ତୁତ କରିବା ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୪୭ ସୁଦ୍ଧା ଏହାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତ ଏହାର ଶକ୍ତି ଚାହିଦା ଏବଂ ଆବଶ୍ୟକତା ବିଷୟରେ ଭଲ ଭାବରେ ଅବଗତ ଅଛି । ସୌର ଶକ୍ତି, ପବନ ଶକ୍ତି, ପରମାଣୁ ଏବଂ ଜଳ ବିଦ୍ୟୁତ୍‍ ଭଳି ଅକ୍ଷୟ ଶକ୍ତି ଆଧାରରେ ଭାରତ ନିଜର ଭବିଷ୍ୟତ ଗଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମୋଦୀ ସ୍ମରଣ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ୟାରିସରେ ଧାର୍ଯ୍ୟ ଜଳବାୟୁ ପ୍ରତିଶ୍ରୁତି ହାସଲ କରିବାରେ ଭାରତ ହେଉଛି ପ୍ରଥମ ଜି-୨୦ ରାଷ୍ଟ୍ର, ତାହା ମଧ୍ୟ ସମୟସୀମାର ୯ ବର୍ଷ ପୂର୍ବରୁ। ଶ୍ରୀ ମୋଦୀ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ସରକାର ସବୁଜ ପରିବର୍ତ୍ତନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଛାତ ଉପରେ ସୋରଶକ୍ତି ପ୍ରକଳ୍ପ – ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ପାଇଁ ଭାରତର ଅନନ୍ୟ ଯୋଜନା ଅଧ୍ୟୟନ କରିବାକୁ ସେ ପରାମର୍ଶ ଦେଇଥିଲେ ଯେଉଁଠାରେ ସରକାର ପ୍ରତ୍ୟେକ ପରିବାର ପାଇଁ ଏକ ରୁଫଟଫ୍‍ ସୋଲାର ସେଟଅପ୍ ପାଣ୍ଠି ପ୍ରଦାନ କରନ୍ତି ଏବଂ ସ୍ଥାପନରେ ସାହାଯ୍ୟ କରନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ମାଧ୍ୟମରେ ଭାରତର ପ୍ରତ୍ୟେକ ପରିବାର ଶକ୍ତି ଉତ୍ପାଦନକାରୀ ହୋଇପାରିଛନ୍ତି। ଏହି ଯୋଜନାରେ ୧ କୋଟି ୩୦ ଲକ୍ଷରୁ ଅଧିକ ପରିବାର ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩.୨୫ ଲକ୍ଷ ଘରେ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନାର ଫଳାଫଳ ପ୍ରତି ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଛୋଟ ପରିବାର ଗୋଟିଏ ମାସରେ ୨୫୦ ୟୁନିଟ୍ ବିଜୁଳି ବ୍ୟବହାର କରେ, ୧୦୦ ୟୁନିଟ୍ ଉତ୍ପାଦନ କରି ଗ୍ରିଡକୁ ବିକ୍ରି କରେ, ସେହି ପରିବାର ବର୍ଷକୁ ସମୁଦାୟ ପ୍ରାୟ ୨୫ ହଜାର ଟଙ୍କା ସଞ୍ଚୟ କରିବ। “ବିଜୁଳି ବିଲ୍ ରୁ ଲୋକମାନେ ପ୍ରାୟ ୨୫ ହଜାର ଟଙ୍କା ଉପକୃତ ହେବେ”, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଞ୍ଚୟ ହୋଇଥିବା ଅର୍ଥ ହେଉଛି ଅର୍ଜିତ ଅର୍ଥ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସଞ୍ଚୟ ହୋଇଥିବା ଅର୍ଥକୁ ୨୦ ବର୍ଷ ପାଇଁ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡରେ ବିନିଯୋଗ କରାଯାଏ, ତେବେ ସମ୍ପୂର୍ଣ୍ଣ ରାଶି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ଯାହା କି ପିଲାଙ୍କ ଶିକ୍ଷା ଏବଂ ବିବାହ ପାଇଁ ବ୍ୟବହୃତ ହୋଇପାରିବ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ ସୂର୍ଯ୍ୟ ଘର ଯୋଜନା ନିଯୁକ୍ତି ସୃଷ୍ଟି ଏବଂ ପରିବେଶ ସୁରକ୍ଷାର ମାଧ୍ୟମ ପାଲଟିଛି ଯାହା ପ୍ରାୟ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରୁଛି । ଏହି ଯୋଜନା ଅଧୀନରେ ୩ ଲକ୍ଷ ଯୁବକଙ୍କୁ ଦକ୍ଷ ମାନବ ସମ୍ବଳ ଭାବେ ପ୍ରସ୍ତୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ଯୁବକ ସୋଲାର ପିଭି ଟେକ୍ନିସିଆନ ହେବେ। ଜଳବାୟୁ ପରିବର୍ତ୍ତନ ର ମୁକାବିଲା ରେ ପ୍ରତ୍ୟେକ ପରିବାରର ଅବଦାନକୁ ଉଲ୍ଲେଖ କରି ସେ କହିଛନ୍ତି, “ପ୍ରତି ୩ କିଲୋୱାଟ ସୌର ଶକ୍ତି ଉତ୍ପାଦନ ୫୦-୬୦ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ ରୋକିପାରିବ”। “ଭାରତର ସୌର ବିପ୍ଳବ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ, ଯେତେବେଳେ ଏକବିଂଶ ଶତାବ୍ଦୀର ଇତିହାସ ଲେଖାଯିବ”, ଶ୍ରୀ ମୋଦୀ କହିଥିଲେ। ଭାରତର ପ୍ରଥମ ସୌର ଗ୍ରାମ ମୋଧେରା ବିଷୟରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ସୌର ଶକ୍ତି ଦ୍ୱାରା ଗାଁର ସମସ୍ତ ଆବଶ୍ୟକତା ପୂରଣ ହେଉଛି। ଆଜି ସାରା ଦେଶରେ ଏଭଳି ଅନେକ ଗାଁକୁ ସୌର ଗ୍ରାମରେ ପରିଣତ କରିବା ପାଇଁ ଅଭିଯାନ ଚାଲିଛି। ସୂର୍ଯ୍ୟବଂଶୀ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସହର ବିଷୟରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ ଏହା ଏକ ପ୍ରେରଣା ଭାବରେ ଅଯୋଧ୍ୟାକୁ ଏକ ଆଦର୍ଶ ସୌର ସହର ରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଯୋଧ୍ୟାର ପ୍ରତ୍ୟେକ ଘର, ପ୍ରତ୍ୟେକ କାର୍ଯ୍ୟାଳୟ, ପ୍ରତ୍ୟେକ ସେବାକୁ ସୌର ଶକ୍ତି ଦ୍ୱାରା ଉତ୍ସାହିତ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଅଯୋଧ୍ୟାର ଅନେକ ସୁବିଧା ଓ ଘର ସୌର ଶକ୍ତି ଦ୍ୱାରା ଶକ୍ତିଶାଳୀ ହୋଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିବା ବେଳେ ଅଯୋଧ୍ୟାରେ ବହୁ ସଂଖ୍ୟକ ସୋଲାର ଷ୍ଟ୍ରିଟ୍ ଲାଇଟ୍, ସୋଲାର ଛକ, ସୋଲାର ବୋଟ୍, ସୋଲାର ୱାଟର ଏଟିଏମ୍ ଏବଂ ସୌର କୋଠା ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସରକାର ଭାରତର ଏଭଳି ୧୭ଟି ସହରକୁ ସମାନ ଢଙ୍ଗରେ ସୌର ସହର ଭାବରେ ବିକଶିତ କରିବା ପାଇଁ ଚିହ୍ନଟ କରିଛନ୍ତି। ଚାଷ ଜମି, ଚାଷ ଜମିକୁ ସୌର ଶକ୍ତି ଉତ୍ପାଦନର ମାଧ୍ୟମ କରିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଆଜି ଜଳସେଚନ ପାଇଁ ସୋଲାର ପମ୍ପ ଓ କ୍ଷୁଦ୍ର ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ଚାଷୀଙ୍କୁ ସହାୟତା କରାଯାଉଛି ବୋଲି ସେ ଆଲୋକପାତ କରିଥିଲେ। ଅକ୍ଷୟ ଶକ୍ତି ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଏବଂ ବ୍ୟାପକ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଗତ ଦଶନ୍ଧିରେ  ଭାରତ ପରମାଣୁ ଶକ୍ତିରୁ ପୂର୍ବ ତୁଳନାରେ ୩୫ ପ୍ରତିଶତ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିଛି ଏବଂ ଭାରତ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି। ଏହି ଦିଗରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ର  ଶୁଭାରମ୍ଭ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ବର୍ଜ୍ୟ ରୁ ଶକ୍ତି ଏକ ବିରାଟ ଅଭିଯାନ ମଧ୍ୟ ଚାଲିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ସରକାର ପୁନଃ ବ୍ୟବହାର ଏବଂ  ବାରମ୍ବାର ବ୍ୟବହାର ସମ୍ବନ୍ଧୀୟ ଉନ୍ନତ ଜ୍ଞାନକୌଶଳ ବିକଶିତ କରିବା ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ସହାୟତା ପ୍ରଦାନ କରିବା ସହିତ ଏକ ଗତିଶୀଳ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ମିଶନ ଲାଇଫ୍‍ ଅର୍ଥାତ୍ ପରିବେଶ ପାଇଁ ଜୀବନଶୈଳୀ ପାଇଁ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସରକାର ପରିବେଶ ଅନୁକୂଳ ଲୋକଙ୍କ ନୀତି ପ୍ରତି ପ୍ରତିଶ୍ରୁତିବଦ୍ଧ। ସେ ଅନ୍ତର୍ଜାତୀୟ ସୌର ସହଯୋଗୀ ଭାରତର ପଦକ୍ଷେପ, ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ ସବୁଜ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଏବଂ ଜି-୨୦ ଶିଖର ସମ୍ମିଳନୀ ସମୟରେ ବିଶ୍ୱ ଜୈବ ଇନ୍ଧନ ମଞ୍ଚର ଶୁଭାରମ୍ଭ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। “ଭାରତ ଏହି ଦଶନ୍ଧି ଶେଷ ସୁଦ୍ଧା ଏହାର ରେଳବାଇକୁ ନେଟ୍‍ ଜିରୋ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି”, ସେ କହିଲେ ଯେ ଭାରତ ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଇଛି।  ଜଳ ସଂରକ୍ଷଣ ପାଇଁ ପ୍ରତ୍ୟେକ ଗ୍ରାମରେ ନିର୍ମିତ ହଜାର ହଜାର ଅମୃତ ସରୋବର ବ୍ୟବହାର କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ ପେଡ୍ ମା କେ ନାମ’ ଅଭିଯାନ ବିଷୟ ଉଲ୍ଲେଖ କରିଥିଲେ ଏବଂ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ। ଭାରତରେ ଅକ୍ଷୟ ଶକ୍ତିର ବଢୁଥିବା ଚାହିଦାଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଚାହିଦାକୁ ପୂରଣ କରିବା ଏବଂ ସମସ୍ତ ଉପାୟରେ ସହାୟତା ପ୍ରଦାନ କରିବା ପାଇଁ ସରକାର ନୂତନ ନୀତି ପ୍ରଣୟନ କରୁଛନ୍ତି। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କେବଳ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନୁହେଁ ବରଂ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନିବେଶକମାନଙ୍କ ପାଇଁ ପ୍ରଚୁର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଭାରତ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ ସମାଧାନ ପାଇଁ ପ୍ରୟାସ କରୁଛି ଏବଂ ଅନେକ ସମ୍ଭାବନା ସୃଷ୍ଟି କରୁଛି। ଭାରତ ପ୍ରକୃତରେ ସମ୍ପ୍ରସାରଣ ଏବଂ ଉତ୍ତମ ଲାଭର ଏକ ଗ୍ୟାରେଣ୍ଟି”, ଶ୍ରୀ ମୋଦୀ ଭାରତର ସବୁଜ ପରିବର୍ତ୍ତନରେ ପୁଞ୍ଜିନିବେଶକୁ ଆମନ୍ତ୍ରଣ ଉପରେ ମତ ରଖି ତାଙ୍କର ଅଭିଭାଷଣ ଶେଷ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଗୋଆର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ।
ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ) ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ନିୟୋଜନ କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଅଗ୍ରଗତି ଉପରେ ଆଲୋକପାତ କରିବାକୁ ଯାଉଛି। ଏଥିରେ ଅଢ଼େଇ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ସାରା ବିଶ୍ୱରୁ ପ୍ରତିନିଧିମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ସମ୍ମିଳନୀ, ସିଇଓ ରାଉଣ୍ଡଟେବୁଲ ଏବଂ ଅଭିନବ ଆର୍ଥିକ ସହାୟତା, ସବୁଜ ହାଇଡ୍ରୋଜେନ ଏବଂ ଭବିଷ୍ୟତର ଶକ୍ତି ସମାଧାନ ଉପରେ ବିଶେଷ ଆଲୋଚନା ସମେତ ଏକ ବ୍ୟାପକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଜର୍ମାନୀ, ଅଷ୍ଟ୍ରେଲିଆ, ଡେନମାର୍କ ଏବଂ ନରୱେ ଏହି ପ୍ରତିଯୋଗିତାରେ ଅଂଶୀଦାର ଦେଶ ଭାବେ ଅଂଶଗ୍ରହଣ କରୁଛନ୍ତି। ଗୁଜରାଟ ଆୟୋଜକ ରାଜ୍ୟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ଅଂଶୀଦାର ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ଏଥିରେ ସରକାରୀ ଓ ବେସରକାରୀ କମ୍ପାନି, ଷ୍ଟାର୍ଟଅପ୍ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯିବ। ଏହି ପ୍ରଦର୍ଶନୀ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇବ।

Post Views: 40
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In