• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କୃଷ୍ଣନଗର ଠାରେ ୧୫,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

by Voice of Victims
March 2, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
କୃଷ୍ଣନଗର ଠାରେ ୧୫,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କୃଷ୍ଣନଗର ଠାରେ ୧୫,୦୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜିର ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ଶକ୍ତି, ରେଳ ଓ ସଡ଼କ ଭଳି କ୍ଷେତ୍ର ସହ ଜଡ଼ିତ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଆଜି ଆଉ ଏକ ପଦକ୍ଷେପ ନିଆଯାଇଛି। ଗତକାଲି ଆରାମବାଗ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମନେ ପକାଇ ସେ ରେଳ, ବନ୍ଦର ଓ ପେଟ୍ରୋଲିୟମ କ୍ଷେତ୍ରରେ ୭ ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଭାଗ୍ୟବାନ ଯେ ପଶ୍ଚିମବଙ୍ଗର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଆଜି ମଧ୍ୟ ୧୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗର ବିକାଶକୁ ତ୍ୱରାନ୍ୱିତ କରିବା ସହ ଯୁବକମାନଙ୍କୁ ଉନ୍ନତ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିକାଶ ପ୍ରକ୍ରିୟାରେ ବିଜୁଳିର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗକୁ ବିଦ୍ୟୁତ୍ ଆବଶ୍ୟକତା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି । ଦାମୋଦର ଭ୍ୟାଲି କର୍ପୋରେସନ୍‌ର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ରକଳ୍ପ ପୁରୁଲିଆ ଜିଲ୍ଲାର ରଘୁନାଥପୁର ଠାରେ ଅବସ୍ଥିତ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍‌- ୨ (୨ x ୬୬୦ ମେଗାୱାଟ୍‌) ରାଜ୍ୟରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବ। ଏହା ଦ୍ୱାରା ରାଜ୍ୟର ଶକ୍ତି ଆବଶ୍ୟକତା ପୂରଣ ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି। ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥା ପରିବେଶ ସମସ୍ୟା ପ୍ରତି ଭାରତର ଗମ୍ଭୀରତାର ଏକ ଉଦାହରଣ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶ୍ଚିମବଙ୍ଗ ଦେଶ ପାଇଁ ଏକ ‘ପୂର୍ବ ଦ୍ୱାର’ ଭାବରେ କାର୍ଯ୍ୟ କରେ ଏବଂ ଏଠାରୁ ପୂର୍ବ ପାଇଁ ପ୍ରଚୁର ସୁଯୋଗ ରହିଛି। ତେଣୁ ସଡ଼କ ପଥ, ରେଳପଥ, ବିମାନ ଚଳାଚଳ ଓ ଜଳପଥର ଆଧୁନିକ ସଂଯୋଗ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଜାତୀୟ ରାଜପଥ-୧୨ (୧୦୦ କିଲୋମିଟର)ର ଫରାକ୍କା – ରାୟଗଞ୍ଜ ସେକ୍ସନର ଚାରି ଲେନ୍ ନିର୍ମାଣ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ସଡ଼କ ପ୍ରକଳ୍ପର ବଜେଟ୍ ପ୍ରାୟ ୨୦୦୦ କୋଟି ଟଙ୍କା ରହିଛି ଏବଂ ଏହା କାର୍ଯ୍ୟକ୍ଷମ ହେବା ପରେ ଯାତ୍ରା ସମୟ ଅଧାକୁ ହ୍ରାସ ପାଇବ। ଏହା ଦ୍ୱାରା ଆଖପାଖ ସହରରେ ଯାତାୟାତ ସହଜ ହେବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ଏହା କୃଷକମାନଙ୍କୁ ସାହାଯ୍ୟ କରିବ। ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଐତିହ୍ୟ ଏବଂ ସୁବିଧାକୁ ପୂର୍ବ ସରକାରମାନେ ବିକାଶର ବ୍ୟବଧାନ ସୃଷ୍ଟି କରି ସଠିକ ଢଙ୍ଗରେ ଆଗେଇ ନେଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ପୂର୍ବ ତୁଳନାରେ ଦୁଇଗୁଣା ଅର୍ଥ ଖର୍ଚ୍ଚ କରିବା ବିଷୟରେ ଉଲ୍ଲେଖ କରିଥିଲେ।

ସେ ଆଜିର ଅବସରକୁ ଉଲ୍ଲେଖ କରି କହିଥିଲେ ଯେ, ଆଜି ରାଜ୍ୟର ଆଧୁନିକୀକରଣ ଓ ବିକାଶ ପାଇଁ ୪ଟି ରେଳ ପ୍ରକଳ୍ପକୁ ସମର୍ପିତ କରାଯାଉଛି ଏବଂ ଏହା ବିକଶିତ ପଶ୍ଚିମବଙ୍ଗର ସଂକଳ୍ପ ପୂରଣ କରିବାରେ ସହାୟକ ହେବ। ଶେଷରେ ସେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ଡଃ ସି ଭି ଆନନ୍ଦ ବୋଷ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳ ପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

Post Views: 29
Tags: The Prime Minister laid the foundation stone for multiple development projects worth Rs.15
Share200Tweet125Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In