ବାଲେଶ୍ଵର (ଭିଓଭି), ୧/୯ – ବାଲେଶ୍ଵର ଜିଲ୍ଲା ରେମୁଣା ଏନ୍ ଏ ସି ଅନ୍ତର୍ଗତ ୪ ନଂ ଓ୍ୱ।ର୍ଡ ର ଗୈାଡଦାଣ୍ଡ ଗ୍ରାମର କ୍ଲବ୍ ମେମ୍ବର ମାନଙ୍କ ଦ୍ବାରା ଆଜି ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି ଭସାଣି ଯାତ୍ରା । ଜିଲ୍ଲା ର ପ୍ରଥମ ପର୍ଯ୍ୟାୟରେ ନିୟମ ଉଲ୍ଲଙ୍ଘନ କରିବା ସହ ଶବ୍ଦ ପ୍ରଦୁଷଣ କରିଥିବା ଯୋଗୁଁ ପ୍ରଶାସନ ଡିଜେ ବଜାଇବାକୁ ଅନୁମତି ଦେଇ ନ ଥିଲେ । ତେଣୁ ନାଚ ଓ ପାରମ୍ପାରିକ ବାଦ୍ୟ ର ତାଳେ ତାଳେ ଚହଟା ପୋଖରୀ ଅଭିମୁଖେ ଶୋଭାଯାତ୍ରାରେ ବାହାରି ଶ୍ରୀଗଣେଶଙ୍କର ବିଗ୍ରହ କୁ ବିସର୍ଜନ କରାଗଲା ।

ପାରମ୍ପରିକ ବାଦ୍ୟ ସହ ସୁସଜ୍ଜିତ ଯାନରେ ଠାକୁର ଙ୍କ ର ମେଲାଣି ଶୋଭାଯାତ୍ରା ଅତ୍ୟନ୍ତ ମନୋରମ ହୋଇଥିଲା । ଏଥିରେ ଓ୍ୱାର୍ଡକାଉନସିଲର ଶିବଶଙ୍କର ରାୟ ଙ୍କ ଉପସ୍ଥିତି ରେ କ୍ଲବ୍ ମେମ୍ବର ଦେବଦତ୍ତ ବାରିକ, ସଂଜୟ କୁମାର ସେଠୀ , ଜଳେନ୍ଦ୍ର ବେହେରା , ପ୍ରଦୀପ ଦାସ , ରାଜୀବ ପଟ୍ଟନାୟକ , ଶିଶିର ଦଳେଇ , କାକର ଦଳେଇ , ଗୋବିନ୍ଦ ଦାସ , ନରେନ୍ଦ୍ର ବେହେରା , ମାନସ ଦଳେଇ , ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।
