• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

by Voice of Victims
February 18, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟାରେ ଶେଷ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ôଚଥିଲେ। ୧୫ମିନିଟ୍ ପୂର୍ବରୁ ସେମାନେ ହଲ୍‌କୁ ପ୍ରବେଶ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ସବୁଠି ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା। ତେବେ ପ୍ରଥମ ଦିନ ରାଜ୍ୟର କୌଣସି ପରୀକ୍ଷାକେନ୍ଦ୍ରରେ କପି ହୋଇନାହିଁ। ଫଳରେ ଏମ୍‌ପି ବା ମାଲପ୍ରାକ୍ଟିସରେ କାହାରିକୁ ବୁକ୍ କରାଯାଇନାହିଁ। ପ୍ରଥମ ଦିନ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୮ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଚଳିତବର୍ଷ ପରୀକ୍ଷା ହଲ୍‌ରେ ସିସିଟିଭି ଲାଗିବା ସହ କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଲାଗି ଅନେକ ସୁଧାର ଆସିଥିବା ଦେଖିବାକୁ ମିଳିଥିଲା। ଚଳିତଥର ପ୍ରଥମଥର ପାଇଁ କରାଯାଇଥିବା ସେଣ୍ଟ୍ରାଲ୍ ସ୍କ୍ୱାଡ୍ ଜିଲ୍ଲା ମୁଖ୍ୟାଳୟରେ ରହି ଅଚାନକ କଲେଜ ଗସ୍ତ ମଧ୍ୟ କରିଛନ୍ତି। ଚଳିତବର୍ଷ ମୋଟ୍ ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୩ଲକ୍ଷ ୯୩ହଜାର ୬୧୮ପିଲା ପରୀକ୍ଷା ଦେଉଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୪୭ହଜାର ୩୯୧ଜଣ ଫର୍ମପୂରଣ କରିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫, ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୨୧ଜଣ ପିଲା ରହିଛନ୍ତି।

Post Views: 59
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In