• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ ଏମିତି ରହିବ ପାଣିପାଗ

by Voice of Victims
April 22, 2024
in ରାଜ୍ୟ
ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ ଏମିତି ରହିବ ପାଣିପାଗ

ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶେଷ ଚିନ୍ତା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଆଜି ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପାଣିପାଗ ପୂର୍ବାନୁମାନ ସ୍ୱାଭାବିକ ରହିଛି। ଦେଶର କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଗ ଆଜି ସମ୍ପୃକ୍ତ ଅଂଶୀଦାର ସଂସ୍ଥାମାନଙ୍କ ସହ ଏକ ବୈଠକ କରି ପରିବର୍ତ୍ତିତ ପାଣିପାଗ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ସାଧାରଣ ନିର୍ବାଚନ ସମୟରେ ଗରମ ପାଗ ଜନିତ କୌଣସି ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପ ଉପରେ ଆୟୋଗ ଆଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଭାଗୀୟ ମୁଖ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।
ନିର୍ବାଚନ ଆୟୋଗ, ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଗଠିତ ଏକ ଟାସ୍କଫୋର୍ସ ପ୍ରତ୍ୟେକ ମତଦାନ ପର୍ଯ୍ୟାୟର ପାଞ୍ଚ ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତାର ପ୍ରଭାବର ସମୀକ୍ଷା କରିବେ। ନିର୍ବାଚନ କାର୍ଯ୍ୟକୁ ପ୍ରଭାବିତ କରୁଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିରେ ସହାୟତା ପାଇଁ ପ୍ରସ୍ତୁତ ରହିବା ଏବଂ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ମାର୍ଚ୍ଚ ୧୬ ତାରିଖର ମାର୍ଗଦର୍ଶିକା ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା, ପାନୀୟ ଜଳ, ପଙ୍ଖା ଏବଂ ଅନ୍ୟାନ୍ୟ ନିଶ୍ଚିତ ସର୍ବନିମ୍ନ ସୁବିଧା ଇତ୍ୟାଦି ସୁନିଶ୍ଚିତ କରିବା ପାଇଁ ଆୟୋଗ ରାଜ୍ୟ ସିଇଓମାନଙ୍କ ସହ ପୃଥକ ଭାବେ ସମୀକ୍ଷା କରିବେ। ମତଦାନ କେନ୍ଦ୍ର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପ୍ରଭାବକୁ ହ୍ରାସ କରିବା ଲାଗି ସତର୍କତାମୂଳକ ପଦକ୍ଷେପ (କ’ଣ କରିବା ଉଚିତ୍‌ ଏବଂ ଉଚିତ୍‌ ନୁହେଁ) ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଇଇସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) କାର୍ଯ୍ୟକ୍ରମ ହାତକୁ ନିଆଯିବ। ପାଣିପାଗ ରିପୋର୍ଟ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମତଦାନ କର୍ମଚାରୀ ଏବଂ ସୁରକ୍ଷା ବାହିନୀ, ପ୍ରାର୍ଥୀ ଏବଂ ରାଜନୈତିକ ଦଳର ନେତାଙ୍କ ସହିତ ଭୋଟରଙ୍କ ଆରାମ ଏବଂ କଲ୍ୟାଣ ସୁନିଶ୍ଚିତ କରିବେ। ସୂଚନାଯୋଗ୍ୟ ପୂର୍ବରୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆୟୋଗ ସମସ୍ତ ସିଇଓ/କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସିଇଓଙ୍କ ଦ୍ୱାରା କଡ଼ାକଡ଼ି ପାଳନ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ନିଶ୍ଚିତ ସର୍ବନିମ୍ନ ସୁବିଧା ସମ୍ପର୍କରେ ଆୟୋଗଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ସହିତ ‘‘ଗ୍ରୀଷ୍ମ ପ୍ରବାହ ପ୍ରଭାବ ପ୍ରତିରୋଧ’’ ସମ୍ପର୍କରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ୧୬ ମାର୍ଚ୍ଚ ୨୦୨୪ ତାରିଖରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ମଧ୍ୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ବିପଦକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଅନୁଯାୟୀ ଏକ ରାଜ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In