• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

by Voice of Victims
April 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ: ଏପ୍ରିଲ ୩୦ ତାରିଖ ଦିନ ପାଳନ ହେବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ  ହେବ , ଏଥିସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣକୁ ନଜରରେ ରଖି ଚଳିତ ବର୍ଷ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍‌ ସେଣ୍ଟର କରାଯିବ ।

ଏଥିସହ ଭକ୍ତ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭକ୍ତମାନେ କିପରି ଭଲରେ ଦର୍ଶନ କରିପାରିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ।

ସୂଚନାଥାଉକି, ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ ।

ଅନ୍ୟପଟେ ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରାଯିବା ନେଇ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ବୈଠକ ଶେଷ ହେବା ପରେ ସେବାୟତ ପରିବାରର ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗର ସେବାୟତ ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In