• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାଉସୀ ମା‘ ମନ୍ଦିରରେ ପହଁଚିଲା ତିନି ରଥ; ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

by Voice of Victims
June 29, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ମାଉସୀ ମା‘ ମନ୍ଦିରରେ ପହଁଚିଲା ତିନି ରଥ; ଜନ୍ମବେଦୀକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ରଣପୁର, ୨୮/୦୬ : ଦ୍ଵିତୀୟ ଶ୍ରୀ କ୍ଷେତ୍ର ରଣପୁର ଗୁଣ୍ଡିଚା ଦିନ କେବଳ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଟଣା ଯାଇ ମାଉସୀ ମା ମନ୍ଦିର ନିକଟକୁ ନିଆ ଯାଇଥିଲା | ରଥଯାତ୍ରା ଦ୍ଵିତୀୟ ଦିବସ ଶନିବାର ଦିନ ପୁଣି ଅପରାହ୍ନ ୨ ଘଟିକା ସମୟରେ ମହିଳା ଭକ୍ତମାନେ ମା ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ | ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିଥିଲେ | ଅପରାହ୍ନ ସାଢେ ୪ ଘଟିକା ସମୟରେ କାଳିଆ ସାଆନ୍ତଙ୍କ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲା | ରଥ ଟଣା ସମୟରେ ହରି ବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଵା ଏକ ଭାବମୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା |

ଏହାପରେ ସନ୍ଧ୍ୟା ୭ ଘଟିକା ସମୟରେ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା | ଜନ୍ମବେଦୀକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ସକାଳୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଦାରୁବ୍ରହ୍ମ |
ରଟ ଟଣା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା | ରଥ ଟଣା ସମୟରେ ଡ଼ିଏସପି ସନାତନ କାଲୋ , ଏସ୍ଡ଼ିପିଓ ଦୀପ୍ତିକାନ୍ତ ପ୍ରଧାନ, ରଣପୁର ଆଇ.ଆଇ.ସି. ଆଶିଷ ଦେବ ସାହୁ, ଚାନ୍ଦପୁର ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ଏ.ଏସ. ଆଇ. ଧର୍ମେନ୍ଦ୍ର ସିଆଳ, ଏ.ଏସ. ଆଇ. କୃତିବାସ ହରିଚନ୍ଦନ ଙ୍କ ସହ ପୋଲିସ ଟିମ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ | ରଥ କାରିଗର ତଥା ମହାରଣାମାନେ ସଠିକ ଭାବେ ଦାୟିତ୍ୱ ନିର୍ବାହ କରି ସୁଚାରୁରୂପେ ତିନି ରଥକୁ ନେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚାଇ ଥିଲେ |

Post Views: 101
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In