• About Us
  • Contact Us
Wednesday, April 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ପବିତ୍ର ଅକ୍ଷୟ ତୃତୀୟା; ବିଧି ପରମ୍ପରା ଅନୁଯାୟୀ ହେବ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ

by Voice of Victims
April 20, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଧି ପରମ୍ପରା ଅନୁଯାୟୀ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ହେବ । ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ମଧ୍ୟାହ୍ନଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ । ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନିରଥ କାଠକୁ ସ୍ପର୍ଶ କରିବା ପରେ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।

ସେପଟେ ଆଜି ରଥନିର୍ମାଣର ମୁଖ୍ୟ ବିଶ୍ୱକର୍ମା, ମୁଖ୍ୟ ଭୋଇ ସେବକ, ଚିତ୍ରକର, ରୂପକାର, କମାର ସମୁଦାୟ ଦଶ ମହାରଣାଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଆଜିଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ। ଅପରାହ୍ଣ ସାଢ଼େ ୩ଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବି, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ନନ୍ଦା ଭଦ୍ରା ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ। ଠାକୁରଙ୍କ ଜଳକ୍ରୀଡ଼ା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି, ସମସ୍ତ ବୈଷୟିକ କାର୍ଯ୍ୟ ଶେଷ
  • କଲବଲ କରୁଛି ତାତି, ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର
  • ଓଡ଼ିଶା ଫେରିଲା ପୋସ୍କୋ; JSW ମିଳିତ ଉଦ୍ୟମରେ ହେବ ଦୁଇଟି ବଡ଼ ଇସ୍ପାତ କାରଖାନା
  • ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
  • ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In