• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜି ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

by Voice of Victims
March 17, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଆଜି ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ରବିବାର ଅନ୍ତିମ ଦିନ । ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ନ୍ୟାୟ ଯାତ୍ରା ଆଜି ମୁମ୍ବାଇରେ ଶେଷ ହେବ । ଅନ୍ତିମ ଦିନରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି ଆୟୋଜନ କରିବ । ମେଣ୍ଟରେ ଥିବା ସମସ୍ତ ନେତାମାନେ ଏଥିରେ ସାମିଲ ହେବେ । ମାର୍ଚ୍ଚ ୨୦ ତାରିଖରେ ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଥିବାବେଳେ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଏହାକୁ ସାରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ୧୪ ତାରିଖରୁ ମଣିପୁରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ । ଦୁଇ ମାସ ଧରି ୬ ହଜାର ୭୧୩ କିଲୋମିଟର ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ମୁମ୍ବାଇରେ ଆଜି ଏହା ଶେଷ ହେବାକୁ ଥିବାବେଳେ ଏକ ରାଲିର ଆୟୋଜନ କରାଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଶରଦ ପାୱାର ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ଏହି ରାଲିରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ କହିଥିଲେ, ”ଭାରତ ଯୋଡ ନ୍ୟାୟ ଯାତ୍ରା ଶେଷ ହେବାକୁ ଯାଉଛି । ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି । ରାହୁଲ ଗାନ୍ଧୀ ଏହି ଯାତ୍ରା ଏଥିପାଇଁ ଆରମ୍ଭ କରିଥିଲେ କି ଜନତା ଦେଶର ବାସ୍ତବତାକୁ ଜାଣନ୍ତୁ । ପୁରା ଯାତ୍ରା ଜନସାଧାରଣଙ୍କୁ ଅବଗତ କରାଇବାର ଥିଲା ।” ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୧୪ରେ ମଣିପୁର ଇମ୍ଫାଲରୁ ଭାରତ ଯୋଡ ନ୍ୟାୟ ପତାକା ଉତ୍ତୋଳନ କରାଯାଇଥିଲା । ଏଠାରେ ପ୍ରଥମେ ଯାତ୍ରା ଆରମ୍ଭ ହେବା ପରେ ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ସମେତ ୧୫ଟି ରାଜ୍ୟ ଅତିକ୍ରମ କରିଛି । ଏହା ପୂର୍ବରୁ କନ୍ୟାକୁମାରୀରୁ କାଶ୍ମୀର ପର୍ୟ୍ୟନ୍ତ କଂଗ୍ରେସ ଭାରତ ଯୋଡ ଯାତ୍ରା କରିଥିଲା ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In