• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା

by Voice of Victims
May 16, 2024
in ମୁଖ୍ୟ ଖବର, ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌‌ ଶୋ’ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ଶୋ’ ରହିଛି। ଭୁବନେଶ୍ୱରସ୍ଥିତ ୟୁନିଟ-୬, ଗଙ୍ଗନଗର ଛକ ଠାରୁ ଏଲଆଇସି ଅଫିସ ଛକ, ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ, ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚ୍‌‌ଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ, ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ରୁପାଲୀ ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ପର୍ୟ୍ୟନ୍ତ ରୋଡ ଶୋ ହେବାର କାର୍ୟ୍ୟସୂଚୀ ରହିଛି। ଜନସାଧାରଣଙ୍କ ସୁଗମନାଗମନ ଦୃଷ୍ଟିରେ ରଖି ସହରାଞ୍ଚଳ ପୁଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଅପରାହ୍ନ ସାଢ଼େ ୪ଟାରୁ ରୋଡ ଶୋ ସରିବା ପର୍ୟ୍ୟନ୍ତ ୟୁନିଟ-୬ ସ୍ଥିତ ଗଙ୍ଗନଗର ଛକ ଠାରୁ ଏଲ୍‌‌ଆଇସି ଅଫିସ ଛକ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ୟୁନିଟ-୮ ଡ଼ିଏଭି ସ୍କୁଲ ଛକ, ଏଚଡ଼ିଏଫସି ବ୍ୟାଙ୍କ ଛକ ଠାରୁ ବାମ ପାପାର୍ଶ୍ବ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ବ ରାସ୍ତା ଦେଇ ବେହେରା ସାହି ଛକ, ନିକୋ ପାର୍କ ଛକ, ବାୟାବାବା ମଠ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ରୁପାଲୀ ଛକ ଠାରୁ ୟୁ-ଟର୍ନ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ୟ୍ୟନ୍ତ କୌଣସି ପ୍ରକାରର ଯାନବାହନ ଯିବା ଆସିବା କରି ପାରିବେ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଉପରୋକ୍ତ ସମୟରେ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତାଦେଇ ଯାତାୟାତ କରିବା କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। 

Post Views: 26
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In