ସତ୍ୟବାଦୀ (ଭିଓଭି) : ସତ୍ୟବାଦୀ ମାଟିର ସୁସନ୍ତାନ ଡାକ୍ତର ଅଶୋକ କୁମାର ମହାପାତ୍ର ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି, ଯାହାକି ସତ୍ୟବାଦୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ l ଏହି ଅବସରରେ ଜନ୍ମ ମାଟିରେ ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ସତ୍ୟବାଦୀର ପ୍ରମୁଖ ସାମାଜିକ ଅନୁଷ୍ଠାନ ସତ୍ୟବାଦୀ ସ୍ୱାଭିମାନ ମଞ୍ଚ, ଭାରତ ବିକାଶ ପରିଷଦ ଓ କ୍ଲବ ସତ୍ୟବାଦୀ ତଥା ସାମ୍ବାଦିକ ସଂଘ ତରଫରୁ ଆଜି ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାରଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି।
