• About Us
  • Contact Us
Sunday, November 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, କହିଲେ ୧୦ ମିନିଟରେ ଧ୍ୱଂସ କରିପାରିବ ଆମେରିକା

by Voice of Victims
November 1, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, କହିଲେ ୧୦ ମିନିଟରେ ଧ୍ୱଂସ କରିପାରିବ ଆମେରିକା

ଆମେରିକା: ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍ ବାକି ରହିଛି ଏବଂ ଆବଶ୍ୟକ ପଡ଼ିଲେ ଆମେରିକା ଅତି କମରେ ୧୦ ମିନିଟ ସମୟ ଲାଗିବ ସେଗୁଡ଼ିକୁ ଧ୍ୱଂସ କରିପାରିବ ବୋଲି ଟ୍ରମ୍ପ କହିଛନ୍ତି । ତାଙ୍କର ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସାମରିକ ଉତ୍ତେଜନା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଫ୍ଲୋରିଡାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନର ସାମରିକ କ୍ଷମତା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଯଥେଷ୍ଟ ଦୁର୍ବଳ କରିସାରିଛି । ତଥାପି କିଛି ସ୍ଥାନ ଏବେ ବି ଆମେରିକାର ନଜରରେ ରହିଛି। ବିଶେଷ କରି ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଥିବା ସନ୍ଦେହଜନକ ଭୂଗର୍ଭ କମ୍ପ୍ଲେକ୍ସ ‘ପିକ୍ଆକ୍ସ ମାଉଣ୍ଟେନ୍’କୁ ନେଇ ସେ ଉଲ୍ଲେଖ କରିଛନ୍ତି । ଏହି ସ୍ଥାନକୁ ମଧ୍ୟ ଆମେରିକାକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଟ୍ରମ୍ପଙ୍କ ଚେତାବନୀ ପୂର୍ବରୁ ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇ ମଧ୍ୟ ଆମେରିକା ଓ ଇସ୍ରାଏଲକୁ କଡ଼ା ସନ୍ଦେଶ ଦେଇଛନ୍ତି । ଇରାନ ଉପରେ ପୁଣି କୌଣସି ସାମରିକ ଆକ୍ରମଣ ହେଲେ ତୁରନ୍ତ ଏବଂ ବ୍ୟାପକ ପ୍ରତିଜବାବ ଦେବାକୁ ସେ ଇରାନୀ ସେନାକୁ ନିର୍ଦ୍ଦେଶ ଦେଇଥିବା ଦାବି କରାଯାଇଛି । ଏଥିସହ ଆମେରିକା ଓ ଇସ୍ରାଏଲର ପ୍ରମୁଖ ଟାର୍ଗେଟ୍‌ଗୁଡ଼ିକୁ ନୂଆ ଟାର୍ଗେଟ୍ ତାଲିକାରେ ସାମିଲ କରିବାକୁ ମଧ୍ୟ କହିଛନ୍ତି । ଇରାନର ସଶସ୍ତ୍ର ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉତ୍ପାଦନ, ସାମରିକ ଗୁପ୍ତଚର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନିଜସ୍ୱ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି । ଫଳରେ ଉଭୟ ଦେଶର ବୟାନବାଜି ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବଢ଼ାଇଛି ।

ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନଭେମ୍ବର ୩ରେ ଆମେରିକାର ମଧ୍ୟାବଧି ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହୋଇପାରେ । ତେବେ ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ନୂଆ ଆକ୍ରମଣ ନେଇ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ସୁଯୋଗ ଏବେ ବି ରହିଛି । ଟ୍ରମ୍ପ ମଧ୍ୟ ଇରାନ ସହ ଆଲୋଚନା ଚାଲିଥିବା କହିଛନ୍ତି, ଯଦିଓ ତେହରାନର ବିଶ୍ୱସନୀୟତାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଚେତାବନୀ କେବଳ କୂଟନୈତିକ ଚାପ ସୃଷ୍ଟି ପାଇଁ, ନା ଆଗକୁ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ହେବ, ତାହା ଏବେ ଦେଖିବାକୁ ବାକି ରହିଛି । ଏହା ଉପରେ ପଶ୍ଚିମ ଏସିଆର ଆଗାମୀ ସୁରକ୍ଷା ପରିସ୍ଥିତି ଅନେକାଂଶରେ ନିର୍ଭର କରିବ ।

Post Views: 6
Share196Tweet123Send
Voice of Victims

Voice of Victims

Recent Posts

  • ଆର୍ଯ୍ୟଭଟ୍ଟ ଏକାଡେମୀରେ ଜାତୀୟ ଏକତା ଦିବସ ପାଳିତ, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ଦେଶର ଏକତା ଓ ଅଖଣ୍ଡତାର ଶପଥ ନେଲେ ଯୁବପିଢ଼ି
  • ପୁଣି ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୦
  • ଇରାନକୁ ଟ୍ରମ୍ପଙ୍କ ଖୋଲା ଧମକ, କହିଲେ ୧୦ ମିନିଟରେ ଧ୍ୱଂସ କରିପାରିବ ଆମେରିକା
  • ଜେଲ୍ ଡିଜି ପଦରୁ ହଟିଲେ ସୁଶାନ୍ତ କୁମାର ନାଥ, OSD ଭାବେ ନିଯୁକ୍ତ କଲେ ଓଡ଼ିଶା ସରକାର
  • ପାରାଦୀପ ସମୁଦ୍ରରୁ ଆଜିଠାରୁ ମାଛ ଧରା ଉପରେ ଲାଗିଲା କଟକଣା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In