• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ତେଲେଙ୍ଗାନାରେ ଭୁଶୁୁଡ଼ିଲା ଟନେଲ୍ ଛାତ, ୪୨ ଉଦ୍ଧାର, ଫସିଛନ୍ତି ୮ ଶ୍ରମିକ

by Voice of Victims
February 22, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ତେଲେଙ୍ଗାନାରେ ଭୁଶୁୁଡ଼ିଲା ଟନେଲ୍ ଛାତ, ୪୨ ଉଦ୍ଧାର, ଫସିଛନ୍ତି ୮ ଶ୍ରମିକ

ଚେନ୍ନାଇ,ନଗରକର୍ଣ୍ଣୁଲ : ତେଲେଙ୍ଗାନାର ନଗରକୁର୍ଣ୍ଣୁଲ ଜିଲ୍ଲାର ଡୋମାଲପେଣ୍ଟା ନିକଟରେ ନିର୍ମାଣାଧୀନ ଶ୍ରୀଶୈଲମ ବାମକୂଳର କେନାଲ ସୁଡ଼ଙ୍ଗ (ଟନେଲ୍‌)ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ଟନେଲ୍ ଭିତରେ କାମ କରୁଥିବା ପ୍ରାୟ ୫୦ଶ୍ରମିକ ଫସିଯାଇଥିଲେ। ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ପ୍ରାୟ ୪୨ଜଣ ଶ୍ରମିକଙ୍କୁ ସକୁଶଳ ବାହାରକୁ ବାହାର କରାଯାଇସାରିଥିବା ବେଳେ ଆହୁରି ୮ଶ୍ରମିକ ଟନେଲ୍ ଭିତରେ ଫସି ରହିଛନ୍ତି। ନଗରକୁର୍ଣ୍ଣୁଲ ଏସ୍‌ପି ବୈଭବ ଗାୟକୱାଡ୍ କହିଛନ୍ତି ଯେ ଶ୍ରୀଶୈଳମ ଜଳଭଣ୍ଡାର ନିକଟରେ ଥିବା ସୁଡ଼ଙ୍ଗ ଛାତର ପ୍ରାୟ ୧୦ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଟନେଲ ଭିତରେ ଶ୍ରମିକମାନେ ଟନେଲ୍ ଭିତରେ ମରାମତି କାମ କରୁଥିଲେ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରିରହିଛି। ଦୁଇଟି ଉଦ୍ଧାରକାରୀ ଦଳ ପରିସ୍ଥିତିର ଆକଳନ କରିବା ପାଇଁ ସୁଡଙ୍ଗ ଭିତରକୁ ଯାଇଛନ୍ତି। ଟନେଲ ମରାମତି କାମ କରୁଥିବା କମ୍ପାନୀ ଅନୁଯାୟୀ, ଘଟଣା ସମୟରେ ଘଟଣାସ୍ଥଳରେ ୫୦ ଜଣ ଶ୍ରମିକ କାମ କରୁଥିଲେ। ସେହିପରି ଶ୍ରୀଶୈଳମରୁ ଦେବରକୋଣ୍ଡା ପର୍ଯ୍ୟନ୍ତ ସୁଡଙ୍ଗର ୧୪ କିଲୋମିଟର ଇନଲେଟ୍ (ଡୋମାଲାପେଣ୍ଟା ନିକଟରେ)ରେ ହୋଇଥିବା ଲିକେଜଗୁଡ଼ିକକୁ ଘୋଡାଉଥିବା ଏକ କଂକ୍ରିଟ୍ ଅଂଶ ଖସିଯିବାରୁ ଦୁର୍ଘଟଣା ଘଟିଛି ବୋଲି ରାଜ୍ୟ ସଡ଼କ ଏବଂ ବିଲ୍ଡିଂ ମନ୍ତ୍ରୀ କୋମାଟିରେଡ୍ଡି ଭେଙ୍କଟ ରେଡ୍ଡୀ କହିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଜିଲ୍ଲା କଲେକ୍ଟର, ଅଗ୍ନିଶମ ବିଭାଗ ଏବଂ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ବ୍ୟବସ୍ଥା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Post Views: 51
Tags: 42 rescuedTunnel roof collapsed in Telangana
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In