• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚୌଧୁରୀ ଯାତ୍ରୀବାହି ବସକୁ ଓଭରଟେକ୍‌ କରି ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

by Voice of Victims
November 17, 2024
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଚୌଧୁରୀ ଯାତ୍ରୀବାହି ବସକୁ ଓଭରଟେକ୍‌ କରି ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ରଣପୁର (ଭିଓଭି) : ରବିବାର ସନ୍ଧ୍ୟା ୬ଟାରେ ରଣପୁର ଥାନା ଅଧିନସ୍ଥ ଲୋଧାଛୁଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୬ ଘଟିକା ସମୟରେ ରଣପୁରଠାରୁ ସୁନାଖଳା ଅଭିମୁଖେ ଯାଉଥିବା ଚୌଧୁରୀ ନାମକ ଏକ ଯାତ୍ରୀବାହୀ ବସ ଯାହାର ନମ୍ବର OD-02-BH-0932କୁ ଓଭର ଟେକ କରି ପରସ୍ପର ବିପରୀତ ଦିଗରୁ ଆସୁଥିବା ଦୁଇ ବାଇକି ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ବାଇକ୍‌ ଚାଳକ ବସ୍ ଚକା ତଳକୁ ଛିଟିକି ପଡ଼ିଥିଲେ | ଏହା ପରେ ସ୍ଥାନୀୟ ଲୋକମାନଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ସେଠାରେ ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ତେବେ ମୃତ ଦୁଇ ଜଣ ରଣପୁର ଏନ.ଏ.ସି. ଅନ୍ତର୍ଗତ ୱାର୍ଡ ନମ୍ବର ୯ ରାଜବାଟୀ ନୂଆ ସାହିର କାଳିଆ ମହାପାତ୍ର (୩୦) ପିତା- ବାସୁ ମହାପାତ୍ର, ଅନ୍ୟ ଜଣେ ଚାନ୍ଦପୁର ଅଞ୍ଚଳର ବିଜୟ ସାହୁ (୩୨) ବୋଲି ଜଣାପଡିଛି। ଗୁରୁତର ଯୁବକଙ୍କ ନାମ ହେଉଛି ସୁଶାନ୍ତ ରଣା (ନଣ୍ଡା) ବୟସ ୩୦। ତେବେ ରଣପୁର ଆଇ.ଆଇ.ସି ମୁକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଚୌଧୁରୀ ବସକୁ ଜବତ ସହ ଘଟଣାର ତଦନ୍ତ ଚଳାଇଛନ୍ତି।

Post Views: 216
Tags: Two bikes collide head-on after overtaking Chaudhuri passenger bus
Share227Tweet142Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In