• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଦିନକ ପରେ ଯୁକ୍ତ ଦୁଇ ପରୀକ୍ଷା: ନିୟୋଜିତ ହେବେ ସ୍କ୍ୱାଡ୍‌, ୯.୪୫ରେ ପ୍ରଶ୍ନପତ୍ର, ୯.୫୫ରେ ଉତ୍ତରଖାତା, ୧୦ଟାରୁ ପରୀକ୍ଷା ଆରମ୍ଭ, ପରୀକ୍ଷା ଶେଷହେବାର ୪୫ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ

by Voice of Victims
February 16, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦିନକ ପରେ ଯୁକ୍ତ ଦୁଇ ପରୀକ୍ଷା: ନିୟୋଜିତ ହେବେ ସ୍କ୍ୱାଡ୍‌, ୯.୪୫ରେ ପ୍ରଶ୍ନପତ୍ର, ୯.୫୫ରେ ଉତ୍ତରଖାତା, ୧୦ଟାରୁ ପରୀକ୍ଷା ଆରମ୍ଭ, ପରୀକ୍ଷା ଶେଷହେବାର ୪୫ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ +୨ ପରିଷଦ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ସାହିତ୍ୟ ପରୀକ୍ଷା ରହିଛି। ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା କରାଯିବ। ପରୀକ୍ଷାର୍ଥୀମାନେ ସକାଳ ୯ଟା ୩୦ରେ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ କରିବେ। ୯.୪୫ରେ ପ୍ରଶ୍ନପତ୍ର ଦିଆଯିବ ଏବଂ ୯.୫୫ରେ ଉତ୍ତରଖାତା ବଣ୍ଟାଯିବ। ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ଚଳିତବର୍ଷ ପ୍ରଥମଥର ଲାଗି, କଲେଜ, ଜୋନ୍‌ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନିକ ସ୍ତରରେ ମଧ୍ୟ ସ୍କ୍ୱାଡ୍ ରଖାଯିବ। ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ ଯୁକ୍ତଦୁଇ ପରୀକ୍ଷା। ମୋଟ ୨୨ଟି ସିଟିଂରେ ହେବ ପରୀକ୍ଷା। ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି। ରାଜ୍ୟରେ ୨୦୫ଟି ହବ୍ କେନ୍ଦ୍ର ହୋଇଛି। ସେଥିରେ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ହଲ୍‌ରେ ପହଞ୍ଚିବ। ୧,୧୭୬ଟି ପରୀକ୍ଷା ସେଣ୍ଟର ରହିଛି। ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ୱାଡ୍ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ପ୍ରଶ୍ନ ପତ୍ର ଲିକ୍ ନ ହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଯେଉଁମାନେ ପ୍ରଶ୍ନପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର କିମ୍ବା ଗୁଜବକୁ ପ୍ରଚାର କରିବେ ସେମାନଙ୍କ ବିରୋଧରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ରାଜ୍ୟରେ ଖରା ତାତିକୁ ଦୃଷ୍ଟିରେ ରଖି ପରୀକ୍ଷା ହଲ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ହଲରେ ପିଲାମାନଙ୍କ ପାଇଁ ଓଆରଏସ ପାଣିର ବ୍ୟବସ୍ଥା କରାଯାଇଛି। ଏହା ସହ ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ ମଧ୍ୟ ଲଗାଯାଉଛି। ତେବେ ରାଜ୍ୟରେ ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଛନ୍ତି। କଳା ବିଭାଗରେ ରେଗୁଲାର ୨,୩୦,୬୭୭, ଏକ୍ସରେଗୁଲାରରେ ୧୬,୭୧୪, ସର୍ବମୋଟ ୨,୪୭,୩୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିଭଳି ବାଣିଜ୍ୟ ବିଭାଗରେ ରେଗୁଲାର ୨୩,୬୫୬ ଓ ଏକ୍ସରେଗୁଲାର୍‌ରେ ୧,୮୭୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବାଣିଜ୍ୟ ବିଭାଗରେ ସର୍ବମୋଟ ୨୫,୫୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ରେଗୁଲାର୍ ୧,୦୬,୫୦୫ ଓ ଏକ୍ସରେଗୁଲାର୍ ୮,୪୭୫ ପରୀକ୍ଷା ଦେବେ। ମୋଟ ୧,୧୪,୯୮୦ ଜଣ ପରୀକ୍ଷାର୍ଥୀ ବିଜ୍ଞାନରେ ପରୀକ୍ଷା ଦେବେ। ସେହିଭଳି ଧନ୍ଦାମୂଳକ ଶିକ୍ଷା ବିଭାଗରେ ରେଗୁଲାର ୫,୦୪୯, ଏକ୍ସରେଗୁଲାର ୬୭୨, ମୋଟ ଆକାରରେ ୫,୭୨୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରେଗୁଲାର ପିଲା ସଂଖ୍ୟା ୩,୬୫,୮୮୭ ଥିବା ବେଳେ ଏକ୍ସରେଗୁଲାର ହେଉଛନ୍ତି ୨୭,୭୩୧ ଜଣ ଥିବା ଜଣାପଡିଛି। ଆଜି +୨ ପରିଷଦ ପରିସରରେ ୧୦୦ଜଣ ସ୍କ୍ୱାଡ ସଦସ୍ୟଙ୍‌କୁ ଓରିଏଣ୍ଟେସନ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶେଷକରି ପରୀକ୍ଷାପରିଚାଳନା, ମୂଲ୍ୟାଙ୍କନ ପ୍ରକ୍ରିୟା ଏବଂ ରେଜଲ୍ଟ ପ୍ରକାଶକୁ ସର୍ବାଧିଖ ଗୁରୁତ୍ୱ ଦିଆଯାଇଥିବା ପରୀକ୍ଷାନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି। ପରୀକ୍ଷା ଶେଷ ହେବାର ୪୫ଦିନ ମଧ୍ୟରେ ସମସ୍ତ ଷ୍ଟ୍ରିମ୍‌ର ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି।

Post Views: 61
Tags: answer book at 9.55exam starts at 10 amquestion paper at 9.45Two more exams a day later: squad will be deployed
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In