ରଣପୁର, ୦୭/୦୫ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ବାଲୁଙ୍କେଶ୍ୱର ମହାଦେବଙ୍କର ଗତ ମାସ ୩୦ ତାରିଖରେ ଉଦଣ୍ଡ ପାଣି ତୋଳା ହୋଇଥିଲା | ଚଳିତ ବର୍ଷ ୯ ଦିନ ପାଇଁ ପାଣି ତୋଳା ହୋଇଥିଲା | ତେବେ ଆଜି ବାଲୁଙ୍କେଶ୍ୱର ଦେବ ଙ୍କ କାମନା ମନ୍ଦିର ଠାରେ ମେରୁ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି |

ମେରୁ ଦିବସରେ ଭଗତା ଓ ଭକ୍ତମାନେ ବିଛା ଯାଇଥିବା କଣ୍ଟା ଉପରେ ଶୋଇ ଗଡି ଗଡି ଏକ ପାର୍ଶ୍ୱ ରୁ ଅନ୍ୟ ପାର୍ଶ୍ୱ କୁ ଯାଇ ନିଜର ଭକ୍ତିର ପରୀକ୍ଷା ଦେଇଥିଲେ | ଏହି କଣ୍ଟାଗଡା ନୀତି ଦେଖିବା ପାଇଁ ଶହ ଶହ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ଗୁରୁବାର ଦିନ ସକାଳେ ଝାମୁ ଚଲା ନୀତି ସମ୍ପନ୍ନ ହେବ ବୋଲି ଗ୍ରାମବାସୀ କହିଛନ୍ତି |
