• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୀର ଗାଥା ୪.୦ର ସୁପର-୧୦୦ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

by Voice of Victims
January 25, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୀର ଗାଥା ୪.୦ର ସୁପର-୧୦୦ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବୀର ଗାଥା’ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶଭକ୍ତି, ସାହସ ଏବଂ ଜାତୀୟ ଗୌରବର ମୂଲ୍ୟବୋଧ ସୃଷ୍ଟି କରୁଛି । ଦେଶର ପ୍ରଗତିରେ ଯୋଗଦାନ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବାରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହୋଇଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୀର ଗାଥା ୪.୦ର “ସୁପର ୧୦୦” ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା ୧୦୦ ବିଜେତାଙ୍କ ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କେବଳ ୬୬ ଜଣ ଛାତ୍ରୀ ଥିଲେ। ଏହା ଉପରେ ଖୁସି ପ୍ରକାଶ କରି ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ବୀର ଗାଥା ଆମ ଦେଶର ନୂଆ ପିଢ଼ିକୁ ଭାରତର ସାମରିକ ପରମ୍ପରା, ଅଜଣା ବୀର ଏବଂ ଆମ ସେନାମାନଙ୍କର ଶୌର୍ଯ୍ୟ ଏବଂ ବଳିଦାନକୁ ପରିଚିତ କରାଇବା ପାଇଁ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ହୋଇଛି। ଆମର ସାମରିକ ପରମ୍ପରା, ବୀରଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନ ଆମ ସଂସ୍କୃତିର ପ୍ରମୁଖ ଉପଲବ୍ଧି ଏବଂ ଏହି ଉପଲବ୍ଧିକୁ ନୂଆ ପିଢ଼ି ସହ ପରିଚିତ କରାଇବାରେ ବୀର ଗାଥା କାର୍ଯ୍ୟ କରୁଛି। ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା ଓ ପୁଷ୍ପଗିରି ଭଳି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ମଗଧ, ଚୋଳ, ଖାରବେଳ ସାମ୍ରାଜ୍ୟ ପର୍ଯ୍ୟନ୍ତ ଆମର ପୂର୍ବପୁରୁଷମାନେ ଜ୍ଞାନ ସହିତ ସାମରିକ ପରମ୍ପରାର ସମୃଦ୍ଧ ଇତିହାସ ସୃଷ୍ଟି କରିଥିଲେ। ଏହା ଆମ ସଂସ୍କୃତିର ଏକ ବଡ଼ ଉପଲବ୍ଧି । ଏହିପରି ଭାବରେ ବୀର ଗାଥା ଅଜଣା ନାୟକ ଓ ବଳିଦାନର କାହାଣୀକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ନୂଆ ଜାତୀୟ ଶିକ୍ଷା ନୀତି ଆମକୁ ମାତୃଭୂମି ପାଇଁ ନିଜର ସବୁକିଛି ବଳିଦାନ ଦେଇଥିବା ଭାରତର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କୁ ଜାଣିବା ଏବଂ ମନେ ପକାଇବାକୁ ପ୍ରେରଣା ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ଆଧାରିତ ବିକାଶର କଳ୍ପନା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଏବେ ଆମ ଝିଅମାନେ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ଦେଶର ପ୍ରତିରକ୍ଷାରେ ନିଜର ବୀରତ୍ୱ ଓ ସାମର୍ଥ୍ୟ ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ବୀରଗାଥାରେ ଆଉ କିଛି ଦିଗ ଯୋଡାଯିବା ଦରକାର। ଟେକ୍ନୋଲୋଜି ସାହାଯ୍ୟରେ ଆମ ଅନାଲୋଚିତ ନାୟକଙ୍କ କାହାଣୀକୁ ଭିଡିଓ ଷ୍ଟୋରୀ ଆକାରରେ ନୂଆ ପିଢ଼ିଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ପ୍ରତ୍ୟେକ ବିଦ୍ୟାଳୟରେ “ବୀର ଗାଥା କର୍ଣ୍ଣର” ପ୍ରତିଷ୍ଠା କରି ଆମେ ଆମ ସଂସ୍କୃତି ଓ ବୀରତ୍ୱର ପରମ୍ପରାକୁ ଅଧିକ ଜୀବନ୍ତ କରିପାରିବା ଏବଂ ନୂତନ ପିଢ଼ିକୁ ପ୍ରେରଣା ଦେଇପାରିବା। ବୀର ଗାଥା ଆମର ସାମରିକ ଇତିହାସ ଓ ସାଂସ୍କୃତିକ ଗୌରବର ପ୍ରତୀକ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବୀର ଗାଥା ପ୍ରତିଯୋଗିତାରେ ୨.୫ ଲକ୍ଷରୁ ଅଧିକ ସ୍କୁଲର ୧.୭୬ କୋଟି ଛାତ୍ରଛାତ୍ରୀ ଚିତ୍ରାଙ୍କନ, ଚିତ୍ରକଳା, ପ୍ରବନ୍ଧ ଲେଖିବା ଭଳି କାର୍ଯ୍ୟରେ ଅଂଶଗ୍ରହଣ କରି ଦେଶ ପ୍ରତି ଅତୁଳନୀୟ ସେବା ଓ ବଳିଦାନ ପାଇଁ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ଧୈର୍ଯ୍ୟ ଏବଂ ଜାତୀୟ ଗୌରବର ମୂଲ୍ୟବୋଧ ସୃଷ୍ଟି କରିବାରେ ସହାୟକ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଗତିରେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇବ। ବୀରତା ପୁରସ୍କାର ବିଜେତାଙ୍କୁ ଉତ୍ସାହ ଓ ସମ୍ମାନ ସହ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେ ସୁପର-୧୦୦ ପୁରସ୍କାର ବିଜେତାଙ୍କୁ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In