ନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । ଟ୍ରମ୍ପଙ୍କ ଚେତାବନୀ: “ହର୍ମୁଜ୍ ଜଳପଥ ଖୋଲ ନହେଲେ ପରିଣାମ ଭୋଗ ।” ଆଜି ସକାଳୁ ଇରାନର ରାଜଧାନୀ ତେହେରାନ ଏକ ଭୟଙ୍କର ସ୍ଥିତିର ସାମ୍ନା କରିଛି । ଆମେରିକାର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଯୋଗୁଁ ସହରର ପ୍ରମୁଖ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଯାଇଛି । ଯାହାଫଳରେ ସାରା ସହର ଅନ୍ଧାରରେ ବୁଡ଼ି ରହିଛି। କାଲି ରାତିରୁ ଆଜି ସକାଳ ଯାଏଁ ତେହେରାନର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଆମେରିକା ମୁଖ୍ୟତଃ ଇରାନର ଶକ୍ତି ଭିତ୍ତିଭୂମି କୁ ଟାର୍ଗେଟ୍ କରିଛି ।
ଆକ୍ରମଣ ଯୋଗୁଁ ତେହେରାନର ଅଧିକାଂଶ ଭାଗରେ ବିଦ୍ୟୁତ କାଟ୍ ହୋଇଛି। ଏହା ସହିତ ଗତ ୨୩ ଦିନ ଧରି ଇରାନରେ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ୪୮ ଘଣ୍ଟାର ସମୟ ଦେଇଥିଲେ । କହିଥିଲେ ଯଦି ଇରାନ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଜଳପଥକୁ ସମ୍ପୂର୍ଣ୍ଣ ଭାବେ ନଖୋଲେ ତେବେ ସେଠାର ସବୁଠାରୁ ବଡ଼ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରାଯିବ । ସେପଟେ ଇରାନ କହିଛି ଯଦି ସେମାନଙ୍କ ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ ହୁଏ, ତେବେ ସେମାନେ ଆମେରିକା ଏବଂ ପଡ଼ୋଶୀ ଦେଶଗୁଡ଼ିକର ତେଲ, ପାଣି ଏବଂ ଆଇଟି ସେବା ଉପରେ ଆକ୍ରମଣ କରିବେ ।
ଲଗାତାର ବୋମାମାଡ଼ ଏବଂ ବିଦ୍ୟୁତ ନଥିବା ଯୋଗୁଁ ତେହେରାନର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମୋବାଇଲ୍ ଫ୍ଲାସ୍ ଲାଇଟ୍ ସାହାଯ୍ୟରେ ଲୋକେ ଯାତାୟାତ କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ହସ୍ପିଟାଲ ଏବଂ ଜଳ ଯୋଗାଣ ଭଳି ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
