ଭୁବନେଶ୍ବର (ଭିଓଭି): ଭିଏସସନଗର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହୋଟେଲ୍ ମ୍ୟାନେଜମେଣ୍ଟରେ ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଯାଇଛି । ଗ୍ରୀଷ୍ମ ପ୍ରଭାହ ହେତୁ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରକ୍ତର ଅଭାବ ଦୂର କରିବା ପାଇଁ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା | ଏହି ଶିବିରକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ତଥା ଓଡିଶା ମୋ ପରିବାର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ରାଜ୍ୟ ସାଧାରଣ ସମ୍ପାଦକ ଦୀନବନ୍ଧୁ ପତି , ରାଜ୍ୟ ଯୁଗ୍ମ ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ନରେନ୍ଦ୍ର ବିଶ୍ୱାଳ, ଯୁବ ବିଜେଡି ନେତା ବିଭୁଦୁତ୍ତ ରଥ, ଅନନ୍ତ ରେଡ୍ଡୀ, ଦୀପକ ନାୟକ, କମଳାକାନ୍ତ ରାଉତରାୟ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲୋକେଶ କୁମାର, ରାଜୀବ ନୟନ , ବିନୋଦ ସାହୁ, ବିବେକାନନ୍ଦ ମହାନ୍ତି, ପ୍ରଦୀପ୍ତ କୁମାର ପରିଡା, ଚିନ୍ତା ମଣି ବାରିକ, ଅଜୟ ଜେନା ପ୍ରମୁଖ ଯୋଗ ଦେଇ ଥିଲେ। ଇନଷ୍ଟିଟ୍ୟୁଟର ଅଧ୍ୟାପକ ଡଃ ଗୌରବ କୁମାରଙ୍କ ଏବଂ ସୌମ୍ୟରଞ୍ଜନ ପ୍ରଧାନଙ୍କ ତତ୍ଵାବଧାନରେ ଏହି ଶିବିର ପରିଚାଳନା ହୋଇଥିଲା । ଏହି ଶିବିରରେ ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ବୋଲି ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।
