କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଙ୍କୁ ଶୁକ୍ରବାର ଦିନ ଭାରତ ର ସର୍ବୋଚ୍ଚ ପୁରସ୍କାର “ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ” ଦ୍ବାରା ପୁରସ୍କୃତ କରାଯାଇଛି , ଯାହାକି ଶିଶୁ ମାନଙ୍କ ପାଇଁ ବେସାମରିକ ସମ୍ମାନ । ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏହି ପୁରସ୍କାର ଟି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଦିଲ୍ଲୀ ରେ ଅନୁଷ୍ଠିତ ହୋଇଅଛି ।
ନିକଟରେ ସୂର୍ଯ୍ୟବଂଶୀ ତାଙ୍କର ଦମଦାର ଶତକ ଦ୍ବାରା ଇତିହାସ ରଚନା କରିଛନ୍ତି । ଏତଦ୍ ବ୍ୟତୀତ ଟେଷ୍ଟ, ODIs, T20 ଇତ୍ୟାଦି ରେ ବେଶ୍ ସଫଳତା ହାସଲ କରିଛନ୍ତି । ସୂର୍ଯ୍ୟବଂଶୀ ହେଉଛନ୍ତି ଭବିଷ୍ୟତ କ୍ରିକେଟ ଜଗତର ଏକ ଉଜ୍ଜଳ ତାରକା ।
