ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇଟାଲୀ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ମେଲୋନିଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ନେଇ ପ୍ରଦାନ କରିଛନ୍ତି । ଏହି ମୁହୂର୍ତ୍ତର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏଠାରେ ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନିଙ୍କ ସହ ତାଙ୍କ ସେଲଫି ଫଟୋ ଖୁବ୍ ଭାଇରଲ ହେଉଛି ।
ଇଟାଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିର୍ଜିଆ ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ମେଲୋଡି ଚକୋଲେଟ ଉପହାର ଦେଇଥିଲେ । ମେଲୋନି ଖୁସି ଖୁସି ଏହାକୁ ଗ୍ରହଣ କରିଥିଲେ । ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଉପହାର ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଉପହାର ପାଇଁ ଧନ୍ୟବାଦ ।
ମୋଦି ମେଲୋନିଙ୍କ ମେଲୋଡି ଚକୋଲେଟ ଦେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି । ସମସ୍ତେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି । ଏହାପୂର୍ବରୁ ରୋମରେ ଦୁହେଁ ଡିନର କରିବା ପରେ ଏକାଠି କାରରେ ବୁଲିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମେଲୋନି ମଧ୍ୟ ମୋଦିଙ୍କୁ ସ୍ବାଗତ କରି ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟ ପାଇଁ ଇଟାଲୀରେ ପହଞ୍ଚିଛନ୍ତି । ଯେଉଁଠାରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ଭଳି ପ୍ରସଙ୍ଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।
