• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଜୟ ରୂପାଣୀଙ୍କ ଡିଏନଏ ମ୍ୟାଚ୍: କାଲି ରାଜକୋଟରେ ହେବ ଅନ୍ତିମ ସଂସ୍କାର

by Voice of Victims
June 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବିଜୟ ରୂପାଣୀଙ୍କ ଡିଏନଏ ମ୍ୟାଚ୍: କାଲି ରାଜକୋଟରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରହିଥିଲେ । ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ମୃତଦେହ ସହ ତାଙ୍କ ଡିଏନଏ ମେଳ ହୋଇଛି । ତାଙ୍କ ମୃତଦେହକୁ ଖୁବଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ । ସୋମବାର ତାଙ୍କ ମୃତଦେହକୁ ରାଜ୍ୟ ପ୍ରୋଟୋକଲ୍ ସହିତ ରାଜକୋଟ ନିଆଯିବ ଏବଂ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ କରାଯିବ ।

ଅହମଦାବାଦ ସିଭିଲ୍ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମରେ ପହଞ୍ଚିଥିବା ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଜଗଦୀଶ ବିଶ୍ୱକର୍ମା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ମ୍ୟାଚ୍ ବିଷୟରେ ସୂଚନା ଦେଇଥିଲେ । ବିଜୟ ରୂପାଣୀ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମଦାବାଦରୁ ଲଣ୍ଡନ ଯାଉଥିଲେ । କିନ୍ତୁ, ସେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ବିମାନରେ ତାଙ୍କ ସିଟ୍ ନମ୍ବର ଥିଲା ୨ଡି।

ବିମାନ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୩୨ ଜଣଙ୍କ ଡିଏନଏ ମେଳ ହୋଇଛି ଏବଂ ୧୪ ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ମୃତଦେହଗୁଡ଼ିକ ଗୁଜରାଟ ଏବଂ ରାଜସ୍ଥାନର ବିଭିନ୍ନ ସହରର ବୋଲି ଅତିରିକ୍ତ ସିଭିଲ୍ ସୁପରିଣ୍ଟେଣ୍ଡେଣ୍ଟ ଡକ୍ଟର ରଜନୀଶ ପଟେଲ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ବିଜୟ ରୂପାଣୀଙ୍କ ଶେଷକୃତ୍ୟ ରାଜକୋଟରେ କରାଯିବ । ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି । 

ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୦ ଜଣ ପ୍ରାଣ ହରାଇଛନ୍ତି । ବିମାନରେ ମୋଟ ୨୪୨ ଜଣ ଯାତ୍ରା କରିଥିଲେ, ଯେଉଁଥିରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ରୁ ସଦସ୍ୟ ଏବଂ ଦୁଇଜଣ ପାଇଲଟ୍ ଥିଲେ । ଜଣେ ଯାତ୍ରୀଙ୍କୁ ଛାଡି ବିମାନରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । 

ଏୟାର ଇଣ୍ଡିଆର ବିମାନଟି ବିମାନବନ୍ଦର ନିକଟରେ ଅବସ୍ଥିତ ବିଜେ ମେଡିକାଲ କଲେଜର କୋଠା ସହିତ ଧକ୍କା ହୋଇଥିଲା । ଯାହା ଫଳରେ କେବଳ ବିମାନରେ ଥିବା ଲୋକଙ୍କ ମୃତ୍ୟୁ ହୋଇନଥିଲା, ବରଂ କୋଠାରେ ଉପସ୍ଥିତ ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ।

Post Views: 43
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In