• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଜାମା ମସଜିଦ୍ ସର୍ଭେ ସମୟରେ ହିଂସା

by Voice of Victims
November 24, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଜାମା ମସଜିଦ୍ ସର୍ଭେ ସମୟରେ ହିଂସା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସମ୍ବଲ ଜିଲ୍ଲାରେ ଥିବା ଜାମା ମସଜିଦ୍‌ରେ ସର୍ଭେ ସମୟରେ ହିଂସାକାଣ୍ଡ ସଂଘଠିତ ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ କୃଷ୍ଣ କୁମାର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ମୃତକମାନେ ହେଲେ ନୋମାନ, ବିଲାଲ ଏବଂ ନଇମ୍‌। ଏହି ହିଂସାକାଣ୍ଡ ଘଟଣାରେ ୨ ମହିଳାଙ୍କ ସମେତ କିଛି ଲୋକଙ୍କୁ ଗିରଫ କରାଯାଇଛି। ମହିଳାମାନେ ଛାତ ଉପରୁ ପୁଲିସ୍ ଟିମ୍ ଉପରେ ପଥରମାଡ଼ କରିଥିଲେ। ପୁଲିସ୍ ରିପୋର୍ଟ ଅନୁସାରେ ଘଟଣାସ୍ଥଳରେ ପ୍ରାୟ ୩୦୦ ଲୋକେ ଜମା ହୋଇଥିଲେ, ସେମାନଙ୍କ ପଛରେ ମଧ୍ୟ ଅନେକ ଲୋକ ଥିଲେ। ଏହି ଲୋକମାନେ ପୁଲିସ୍‌କୁ ଟାର୍ଗେଟ କରିଥିଲେ। ଏଥିରେ ଜଣେ ଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ ଆଇନ୍ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଡ୍ରୋନ୍ ସାହାଯ୍ୟରେ ଘଟଣାର ଭିଡିଓଗ୍ରାଫି କରାଯାଇଛି। ଏଥିସହିତ ସିସିଟିଭି ସାହାଯ୍ୟରେ ସମସ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷେ ପୁଲିସ୍ ଗୁଳିରେ ୩ଜଣ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ ପାଲଟା ଅଭିଯୋଗ କରିଛନ୍ତି। ପ୍ରକାଶ, ଶନିବାର ସକାଳେ ହାଇକୋର୍ଟଙ୍କ ଆଦେଶ ପରେ ଏକ ଟିମ୍ ଜାମା ମସଜିଦ ସର୍ଭେ କରିବାକୁ ଆସିଥିଲେ। ସକାଳ ସାଢ଼େ ୭ଟା ସମୟରେ ସର୍ଭେ ଟିମ୍ ଜାମା ମସଜିଦ୍‌ରେ ପ୍ରବେଶ କରିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ହଠାତ୍ ଲୋକଭିଡ଼ ଆରମ୍ଭ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକେ ପଥରମାଡ଼ କରିବା ଆରମ୍ଭ କରିଦେଇଥିଲେ। ଯାହାପରେ ପୁଲିସ୍ ଟିମ୍‌କୁ ଲୁହବୁହା ଗ୍ୟାସ ତଥା ଲାଠି ଚାର୍ଜ କରିବାକୁ ପଡିଥିଲା। ଏହାପରେ ପ୍ରଦର୍ଶନକାରୀମାନେ କିଛି ସ୍ଥାନରେ ନିଆଁ ଲଗାଇ ପ୍ରତିବାଦ କରିଥିଲେ। ଏହି ସମୟରେ ଏସ୍‌ପି ସମେତ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଜିଲ୍ଲାରୁ ପୁଲିସ ଫୋର୍ସ ଡକାଯାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In