• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଛତିଶଗଡ ରାଜଭବନରୁ ବିଦାୟ ନେଲେ ବିଶ୍ବଭୂଷଣ ହରିଚନ୍ଦନ

by Voice of Victims
July 30, 2024
in ମୁଖ୍ୟ ଖବର, ରାଜ୍ୟ
ଛତିଶଗଡ ରାଜଭବନରୁ ବିଦାୟ ନେଲେ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ବର: ଦୀର୍ଘ ରାଜ୍ୟପାଳ ସମୟ ଶେଷ କରି ଗତକାଲି ଛତିଶଗଡ ରାଜଭବନରୁ ବିଦାୟ ନେଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଜଭବନ ପରିବାର ତରଫରୁ ଏକ କର୍ଯ୍ୟକ୍ରମ କରାଯାଇ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମସ୍ତେ ବିଶ୍ବଭୂଷଣଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଶ୍ବଭୂଷଣଙ୍କୁ ସାକ୍ଷାତ କରି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେହିପରି ଛତିଶଗଡ ବିଧାନସଭା ବାଚସ୍ପତି ରମଣ ସିଂ ମଧ୍ୟ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଥିଲେ। ଛତିଶଗଡର ପ୍ରମୁଖ ନେତା ତଥା ଅଧିକାରୀମାନେ ତାଙ୍କୁ ସାକ୍ଷାତ କରି ବିଦାୟ ପ୍ରଦାନ କରିଛନ୍ତି। ଗତକାଲି ସକାଳେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସପତ୍ନିକ ରାୟପୁର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ପୂଜାଅର୍ଚ୍ଚନା କରିଥିଲେ। ସେଠାରେ ସେ ଛତିଶଗଡର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କରିବା ସହିତ ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ସମୟରେ ସେଠାରେ ଉତ୍କଳ ସମାଜ ତରଫରୁ ତାଙ୍କୁ ସାଲ, ଶ୍ରୀଫଳ ସହିତ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା।

Post Views: 28
Share200Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In