• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଶରଧା ବାଲିରେ ବିଶ୍ୱନିୟନ୍ତା

by Voice of Victims
July 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶରଧା ବାଲିରେ ବିଶ୍ୱନିୟନ୍ତା

ପୁରୀ(ଭିଓଭି): ଅନବସର ପରେ ସୁସ୍ଥ ହୋଇ ନିଜ ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରି ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ଶରଧାବାଲିରେ ପହଁଚିଛନ୍ତି ବିଶ୍ୱନିୟନ୍ତା । ଅପେକ୍ଷା କରିଛନ୍ତି ଆଡପ ମଣ୍ଡପର ପହଣ୍ଡି ବେଳାକୁ । ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ଦିନରେ ପଡିବାରୁ ରବିବାର ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁଙ୍କ ନିତି କାନ୍ତି ସାରି ରଥ ଟଣା ହେବା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ତେଣୁ ତିନି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବେଶୀ ବାଟ ଆସି ନ ପାରି ଶ୍ରୀମନ୍ଦିର ଠାରୁ ମରିଚିକୋଟ ଛକ ମଧ୍ୟରେ ଅଟକି ରହିଥିଲେ । ସୋମବାର ସକାଳୁ ମଙ୍ଗଳ ଆଳତି, ତଡ଼ପଲାଗି, ଅବକାଶ ପୂଜା ଏବଂ ବେଶ ପରେ ସକାଳ ପ୍ରାୟ ୯ଟା ୨୦ ବେଳକୁ ରଥଟଣା ଆରମ୍ଭ ହୋଇଥିଲା ।

ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ହୋଇଥିବାରୁ ଯାତ୍ରା ର ଦ୍ୱିତୀୟ ଦିବସରେ ମଧ୍ୟ ବଡଦାଣ୍ଡରେ ପ୍ରବଳ ଭକ୍ତ ଗହଳି ଦେଖିବାକୁ ମିଳିଥିଲା । ପ୍ରାୟ ୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରଥ ଟାଣିବା ପାଇଁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷୋ କରିଥିବା ଭକ୍ତମାନେ ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁୁ ଟାଣି ଟାଣି ନେଇ ମଧ୍ୟାହ୍ନ ପ୍ରାୟ ୧୨ଟା ୩୫ ବେଳକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଁଚାଇ ଥିଲେ । ପରେ ପରେ ଅପରାହ୍ନ ପ୍ରାୟ ୧ଟା୪୦ ରେ ଭଡଣୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ୨ଟା ୩୫ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଁଚିଥିଲେ । ପରମ୍ପରା ଅନୁସାରେ ରଥ ଶରଧାବାଲି ରେ ପହଁଚିବା ଦିନ ଠାକୁରଙ୍କ ଆଡପ ମଣ୍ଡପ ବିଜେ କରାଯାଏ ନାହିଁ । ତେଣୁ ମଙ୍ଗଳବାର ଅପରାହ୍ନରେ ବିଗ୍ରହ ମାନେ ଆଡପ ମଣ୍ଡପ ବିଜେ କରିବେ । ବୁଧବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢ଼ା ଭୋଗ ହେବ । ପ୍ରଥମ ଦିନ ରଥ ଟଣା ମାତ୍ର ଅଳ୍ପ କିଛି ବାଟ ହୋଇଥିବାରୁ ବହୁତ ଲୋକ ମହାପ୍ରଭୁଙ୍କ ରଥ ଟାଣିବାରୁ ଏବଂ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବାରୁ ବଂଚିତ ହୋଇଥିଲେ । ତେଣୁ ପରଦିନ ମହାପ୍ରଭୁଙ୍କୁ ରଥରେ ନିକଟରୁ ଦେଖି ଦିବ୍ୟ ସାନିଧ୍ୟ ଲାଭ କରିବା ପାଇଁ ଉତ୍କଣ୍ଠିତ ବହୁ ଭକ୍ତ ଶ୍ରୀକ୍ଷେତ୍ରରୁ ନିଜ ନିଜର ଘରକୁ ନଫେରି ପରଦିନକୁ ଅପେକ୍ଷା କରି ଶ୍ରୀକ୍ଷେତ୍ରର ବିଭିନ୍ନ ହୋଟେଲ, ଲଜିଂ, ଧର୍ମଶାଳା, ମଠ ମାନଙ୍କରେ ଏବଂ ସରକାରଙ୍କ ତରଫରୁ ଖୋଲାଯାଇଥିବା ଭକ୍ତ ଆଶ୍ରୟସ୍ଥଳ ମାନଙ୍କରେ ଆଶ୍ରୟ ନେଇଥିଲେ । ପାଗ ଭଲ ଥିବାରୁ ହଜାର ହଜାର ଭକ୍ତ ସମୁଦ୍ର ବେଳାଭୂମି, ବସ୍ ଷ୍ଟାଣ୍ଡ, ବଡଦାଣ୍ଡ ଏବଂ ଶରଧାବାଲିରେ ମୁକ୍ତ ଆକାଶ ତଳେ ଲୁଗା, ଗାମୁଛା, ପଲିଥିନ୍ ଇତ୍ୟାଦି ପାରି ପରିବାର ସହ ବିଶ୍ରାମ କରିଥିବାର ଦେଖିବାକୁ ମିଳିଥିଲା ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In