• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିହାରରେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଭୋଟିଂ, ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ

by Voice of Victims
November 11, 2025
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିହାରରେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଭୋଟିଂ, ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବି ଚାଲିଛି ଭୋଟିଂ । ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମୋଟ ୨୪୩ଟି ଆସନ ମଧ୍ୟରୁ ୧୨୨ଟି ଆସନରେ ହେଉଛି ମତଦାନ । ୧୩୦୨ ପ୍ରାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର । ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ ମହିଳା ପ୍ରାର୍ଥୀ ଅଛନ୍ତି । ମତଦାନ ସୁରୁଖୁରୁରେ ସାରିବାକୁ ପ୍ରସ୍ତୁତ ହୋଇଛି ୪୫ ହଜାର ୩୯୯ ବୁଥ । ଏଥିରୁ ୪୦ ହଜାର ୭୩ଟି ବୁଥ ଗ୍ରାମାଞ୍ଚଳରେ ରହିଛି । ମତଦାନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପ୍ରାୟ ୪ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛ ନ୍ତି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଯେଉଁ ଭୋଟରମାନେ ଧାଡ଼ିରେ ଥିବେ ସେମାନଙ୍କୁ ମତଦାନ ପାଇଁ ଅନୁମତି ମିଳିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ରାଜ୍ୟର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଲେଶି ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ବୋହୂ ଦୀପା ମାଂଝି, ସ୍ୱାଧୀନ ଭାବେ ଲଢୁଥିବା ରିତୁ ଜୟସ୍ୱାଲ, ବିଜେପି ବିଧାୟିକା ତଥା ଅନ୍ତର୍ଜାତୀୟ ଶୁଟର ଶ୍ରେୟଶୀ ସିଂଙ୍କ ଭଳି ବହୁ ହାଇପ୍ରୋଫାଇଲ ନେତାଙ୍କ ଆସନ ରହିଛି । ପ୍ରଥମ ପର୍ଯ୍ୟାୟରେ ବିହାରରେ ପ୍ରାୟ ୬୫% ମତଦାନ ହାର ରେକର୍ଡ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ଆହୁରି ବଢିବ ବୋଲି ଆଶା ରହିଛି । ନଭେମ୍ବର ୧୪ ତାରିଖରେ ରାଜ୍ୟର ସମସ୍ତ୨୪୩ଟି ଆସନର ଫଳାଫଳ ଘୋଷଣା ହେବ।

Post Views: 91
Share199Tweet125Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In