• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ପାଞ୍ଚ ଶହ ବର୍ଷ ଧରି ଯାହା ହୋଇପାରୁ ନ ଥିଲା ୩ ବର୍ଷରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

by Voice of Victims
February 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପାଞ୍ଚ ଶହ ବର୍ଷ ଧରି ଯାହା ହୋଇପାରୁ ନ ଥିଲା ୩ ବର୍ଷରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର: ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ବର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ବର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହିଛି। ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
             ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ କେମିତି ଲାଗୁଛି ବୋଲି ପଚାରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୫ଶହ ବର୍ଷରେ ଯେଉଁ କାମ ହୋଇନଥିଲା ସେହି କାମକୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ସାରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବଦ ନେଇ ସାହସର ସହ କାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଅମଳରେ ଅନେକ ଜିଲ୍ଲାପାଳ ଏହି କାମ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲେ। ଏପରିକି ଅତୀତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଏହି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ। ପରିକ୍ରମା ପ୍ରକଳ୍ପ ପରିକଳ୍ପନା ସମୟର କିଛି ଘଟଣାବଳୀ ଉପସ୍ଥାପନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। କିଭଳି ପରିକ୍ରମା ପ୍ରକଳ୍ପ ଏକ ସମ୍ବେଦନଶୀଳ ପ୍ରସଂଗ ଥିଲା ଓ ତାକୁ ନେଇ ବହୁ ଲୋକ ବିଭିନ୍ନ ଆଶା ଆଶଂକା ପ୍ରକାଶ କରୁଥିଲେ। ତେବେ କୌଣସି ଆଶଂକାକୁ ଭୃକ୍ଷେପ ନକରି ମୁଖ୍ୟମନ୍ତ୍ରୀ କିଭଳି ଆଗକୁ ବଢିଥିଲେ ସେ କାହାଣି କହିଥିଲେ ପାଣ୍ଡିଆନ। ପରିକ୍ରମା ପ୍ରକଳ୍ପ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାତ ମାରିବା ରିସ୍କ ବୋଲି ସମସ୍ତେ ପରାମର୍ଶ ଦେଇଥିଲେ। ତେବେ ଏହି ରିସ୍କ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ହାତ ମାରିବା ଲାଗି ଅନେକ ଲୋକ ବାରଣ କରିଥିଲେ। ସାମାନ୍ୟ ତ୍ରୁଟି ହେଲେ ସରକାର ଭାଂଗିଯିବାର ଆଶଂକା ରହିଛି ବୋଲି ସତର୍କ କରିଦେଇଥିଲେ। ବିଜୁ ଜନତା ଦଳ ବୁଡିଯିବ ବୋଲି ମଧ୍ୟ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ କହିଲେ, ସେ ମହାପ୍ରଭୁଙ୍କର କାମ କରିବେ। ମହାପ୍ରଭୁଙ୍କର କାମ କରିକି ଦେଖାଇବେ। ଓଡିଶାବାସୀଙ୍କ ଯାହା ଦରକାର ତାହା କରିବେ। ତାଙ୍କର କହିବା କଥା ଥିଲା ଚୌକି ନୁହଁ, ଜନତାଙ୍କ ସହିତ ତାଙ୍କର ସମ୍ପର୍କ। ଲୋକମାନେ ଯାହା ଚାହିଁବେ ତାଙ୍କ ପାଇଁ କରିବାର ଅଛି। ପୁରୀରେ ଯେଉଁ କାମ ହୋଇଛି ଆଗାମୀ ୨ ହଜାର ବର୍ଷ ପର‌୍ୟ୍ୟନ୍ତ କାମ ଦରକାର ନାହି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରଯାସ ଜାରି ରହିଛି। ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି। ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି। ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା। ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଏ କାମ କରୁନାହାନ୍ତି। ଲୋକଙ୍କ ପାଁଇ କାମ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କରୁଛନ୍ତି। ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିକି ଦେଖାଇବେ। ମୁଖ୍ୟମନ୍ତ୍ରୀ କଥା କମ କାମ ବେଶି କରନ୍ତି। ପୁରୀ ଜିଲ୍ଲାର ୨ ନିର୍ବାଚନମଣ୍ଡଳି ପୁରୀ ସଦର ଓ ବ୍ରହ୍ମଗିରିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ସମସ୍ତେ ଏକାଠି ହୋଇ ଲଢିବା। ଯେଉମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଆଶୀର୍ବାଦ ଦେବେ। ଏକାଠି ଲଢିଲେ ପାଖକୁ କିଏ ଆସିପାରିବେନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

Post Views: 45
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In