• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କାହିଁକି ଅଛି ଯୋଜନା ଓ ସମନ୍ୱୟ ବିଭାଗ?

by Voice of Victims
January 5, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କାହିଁକି ଅଛି ଯୋଜନା ଓ ସମନ୍ୱୟ ବିଭାଗ?

– ଯେତେବେଳେ ଚାହିଁବୁ, ଯେଉଁଠି ଚାହିଁବୁ ଖୋଳିବୁ
– ଯୋଜନା ଓ ସମନ୍ୱୟ ବିଭାଗର କଣ କାମ?
– ଜାଗମରା, ଡେଲ୍ଟା ଛକ, ପଞ୍ଚଶଖା ନଗର, ନୟାପଲ୍ଲୀ, ଭିଏସ୍‌ଏସ୍ ନଗର, କେଦାରଗୌରୀ ଛକ ମୁଖ୍ୟ ରାସ୍ତା, ପୁରୁଣା ଭୁବନେଶ୍ୱର, ସତ୍ୟନଗର କୋଉଠି ଆଉ ଖୋଳା ବାକି ନାହିଁ
– ୱାଟକୋ, ସ୍ୱେରେଜ ବୋର୍ଡ, ଟାଟା ପାୱାର, ବିଏମ୍‌ସିର ମନମୁଖି କାମ

ଭୁବନେଶ୍ୱର (ଭିଓଭି): ରାଜଧାନୀ ଭୁବନେଶ୍ୱରର ପରିକଳ୍ପନା ମାତ୍ର ପଚାଶ ହଜାର ଜନସଂଖ୍ୟାକୁ ନେଇ ହୋଇଥିଲା । ଧିରେଧିରେ ଏହା ବଢି ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ଲକ୍ଷ ଟପିବାକୁ ବସିଲାଣି । ଜନସଂଖ୍ୟା ବୃଦ୍ଧିର ଚାପ ସହରର ପରିବେଶ, ପରିବହନ ଓ ପ୍ରଦୂଷଣ ପରିଚାଳନା ଉପରେ ପଡ଼ିଲା । ଏବେ ଲୋକଙ୍କୁ ସୁବିଧା ଦେବା ଆଳରେ ବିଭିନ୍ନ ଯୋଜନା ନାଁରେ ଯିଏ ଯେଉଁଠି ଯେତେବେଳେ ଚାହିଁଲା ରାସ୍ତାଘାଟ ଖୋଳି ପକାଇଲା । କେତେବେଳେ ପାଣି ପାଇପ୍ କାମ ପାଇଁ ତ କେତେବେଳେ ଡ୍ରେନ୍ ଖୋଳା କାମ ପାଇଁ ପୁଣି କେତେବେଳେ ବିଦ୍ୟୁତ ଯୋଗାଣ କାମ ପାଇଁ ରାସ୍ତା ଖୋଳା ହଉଛି । ତାଳମେଳ ଅଭାବରୁ ଯୋଜନା ଓ ସମନ୍ୱୟର ସଫଳ ରୂପାୟନ ହେଇ ପାରୁନାହିଁ । ବର୍ଷ ସାରା ରାସ୍ତା ଖୋଳା ହୋଇ କାମ ଚାଲିଛି । ଲୋକେ ହଇରାଣ ହୁଅନ୍ତୁ, ହନ୍ତସନ୍ତ ହୁଅନ୍ତୁ ସରକାରଙ୍କ କିନ୍ତୁ ଚିନ୍ତା ନାହିଁ । ବର୍ଷକୁ ପାଞ୍ଚ ଥର ରାସ୍ତା ସବୁ ଖୋଳା ହୋଇ ପୁଣି ମରାମତି ହୋଇ କେତେ ଅର୍ଥ ରାଜକୋଷରୁ ବିର୍ନବ୍ୟୟ ହେଉଛି ତାର ହିସାବ କାହାରି ପାଖରେ ନାହିଁ । ୨୦୦୦ ମସିହାରୁ ରାଜଧାନୀର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିଲା ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା । ଆରମ୍ଭରୁ ଯଦି ଏଥି ପ୍ରତି ଦୃଷ୍ଟି ଦିଆଯାଇଥାନ୍ତା, ଆଜି ରାଜଧାନୀ ଭଳି ସ୍ଥାନରେ ମୁକୁଳା ଡ୍ରେନ୍ ପାଇଁ କାହାର ପ୍ରାଣ ଯାଉନଥାନ୍ତା କି ଅଧପନ୍ତରିଆ ସ୍ୱେରେଜ କାମ ପାଇଁ ଲୋକମାନେ ଦୁର୍ଘଟଣାର ଶିକାର ହେଉନଥାନ୍ତେ । ତଥାପି ଏତିକିରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଲାନାହିଁ । ସ୍ମାର୍ଟସିଟିର ଆଖ୍ୟା ପାଇଥିବା ଭୁବନେଶ୍ୱର ସହର ପାଇଁ ଏହାଠାରୁ ଦୁଃଖଦ ଘଟଣା ଆଉ କଣ ହୋଇପାରେ? କେବଳ ଗୋଟିଏ ଅଞ୍ଚଳ କଥା ନୁହେଁ, ରାଜଧାନୀର ବିଭିନ୍ନ ଅଞ୍ଚଳ ରେ ଏହି ସମସ୍ୟା ଲାଗି ରହିଥିଲେ ବି ଏଥିପ୍ରତି କୋଣସି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିନ୍ତା କି ଖାତିରି ନାହିଁ ।
ସ୍ୱେରେଜ୍ ଲାଇନ ଖୋଳିବା ଦ୍ୱାରା ରାସ୍ତା ଏପରି ହୋଇଛି ଯେ ଅସରାଏ ବର୍ଷା ହେଲେ ଗାଡି ମଟର କଥା ଛାଡ ପାଦରେ ଚାଲିକି ଯିବା ବି ଅସମ୍ଭବ ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ରାଜଧାନୀର ଅନେକ ଅଞ୍ଚଳର ବାସିନ୍ଦାମାନେ ଏବେ ନାହିଁନଥିବା ହିନସ୍ତା ହେଉଛନ୍ତି । ବର୍ଷା ଦିନ ପରେପରେ ଏମିତି ଚାରିଆଡ଼େ ଖୋଳାଖୋଳି କରି କାମ ଚାଲିଛି ଯେ ରାସ୍ତାରେ ଟିକେ ଅସାବଧାନତା ହେଲେ ଜୀବନ ଚାଲିଯିବାର ବି ସମ୍ଭାବନା ମଧ୍ୟ ରହିଛି ।
ଅଧାପନ୍ତରିଆ ସ୍ୱେରେଜ୍‌, ପାଣି ପାଇପ ଓ ଟାଟା ପାୱାରର ରାସ୍ତା ଖୋଳା କାମ ଯୋଗୁଁ ସର୍ବଦା ସମସ୍ତ ଜାଗାରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିଛି । ଏମିତି କିଛି ଅଞ୍ଚଳ ଅଛି ଯେଉଁଠି ସ୍ୱେରେଜ୍ ଲାଇନ ଖୋଳାଯାଇଛି କିନ୍ତୁ ସଂଯୋଗ ଦିଆଯାଇନାହିଁ । ସେହିପରି ସ୍ୱେରେଜ୍ ଲାଇନ ଖୋଳିଦେଇ ମାଟି ନପକାଇ ଖାଲଖମା କରି ଛାଡ଼ି ଚାଲି ଯାଉଥିବା ଅଭିଯୋଗ ହୋଇଛି । ମହାଦେବ ନଗର, କଳିଙ୍ଗନଗର, କେଶୁରା, ଜଗନ୍ନାଥ ନଗର, ଚଣ୍ଡିମାତା କଲୋନୀ ଆଦିରେ ଏଭଳି ସମସ୍ୟା ଦେଖାଦେଇଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ସ୍ୱେରେଜ୍ କାମ ଚାଲିଛି କିନ୍ତୁ ଆଜି ପର୍ଯ୍ୟନ୍ତ ସରିବାର ନାଁ ଧରୁନି । ସବୁଆଡେ ପକ୍କା ରାସ୍ତାକୁ ଖୋଳିପକାଇ ଖାଲଖମା କରିଦେଉଛନ୍ତି । କୌଣସି ଗୋଟିଏ ଜାଗାରେ ବି କାମ ଠିକ୍ ଭାବରେ ସମ୍ପୂର୍ଣ୍ଣ ସାରୁନାହାନ୍ତି । ଖାଲି ସମୟ ଗଡ଼ାଇ ରାଜକୋଷ ଲୁଣ୍ଠନ କରିଚାଲିଛନ୍ତି । ଏଣେ ଲୋକମାନେ ଯେତେ ହଇରାଣ ହେବାର କଥା ହେଉଛନ୍ତି । ହେଲେ ସେଥିପ୍ରତି ବିଭାଗର କି ସରକାର ଙ୍କର କାହାର କୈଣସି ଦରଦ ନାହିଁ । ସରକାରଙ୍କ ରାଜସ୍ୱ ଖର୍ଚ୍ଚ ବଢ଼ିଚାଲିଛି । ବିଭାଗର କିଛି ନିର୍ଦ୍ଦିଷ୍ଟ କର୍ମଚାରୀମାନଙ୍କ ମନମୁଖି କାର୍ଯ୍ୟ ପାଇଁ ଏଭଳି ଅସୁବିଧା ଜନସାଧାରଣ ଭୋଗୁଛନ୍ତି । ଏହି ସବୁ ରାସ୍ତା ଦେଇ ଅନେକ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ରହିଛି । ପ୍ରତ୍ୟେକ ଦିନ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ରୋଗୀ ଓ ଆମ୍ବୁଲାନ୍ସ, କେତେ ଲୋକ ଯିବା ଆସିବା କରିଥାନ୍ତି । ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ମଧ୍ୟ ଘଟୁଛି । ଗୋଟିଏ ସ୍ଥାନର କାମକୁ ସମ୍ପୂର୍ଣ୍ଣ ନକରି ଆଉ ଗୋଟିଏ ସ୍ଥାନରେ ରାସ୍ତା କାହିଁକି ଖୋଳା ଯାଉଛି ତାହା କିଛି ବୁଝା ପଡ଼ୁନାହିଁ । ଏ ନେଇ ସ୍ୱେରେଜ୍ ପ୍ରୋଜେକ୍ଟ ବିଭାଗର ଜଣେ ଅଧିକାରୀ କୁହନ୍ତି ଯେ ଏହା ହେଉଛି ତିନିବର୍ଷିଆ ପ୍ରକଳ୍ପ । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ୨୦୨୦ ମସିହା ସୁଦ୍ଧା ସମସ୍ତ କାମ ସରିଯାଇଥାଆନ୍ତା, ମାତ୍ର କରୋନା ମହାମାରୀ କାରଣରୁ ଦୀର୍ଘ ଦିନ ଧରି କାମ ବନ୍ଦ ହୋଇ ପଡ଼ିରହିଲା, କରୋନା କଟକଣା କୋହଳ ପରେ ସବୁ ସ୍ଥାନରେ ଏକାସମୟରେ ଖୋଳାଯାଇ କାମ ଚାଲୁଛି । ଯଥା ଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ । କାମ ସରିବା ପରେ ପୁଣି ଥରେ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ ।
ଯେଉଁ ଅଞ୍ଚଳରେ କାମ ସରିଯାଉଛି ସେ ଅଞ୍ଚଳକୁ ଠିକାଦାରମାନେ ସେମିତି ଛାଡ଼ି ଚାଲିଯାଉଛନ୍ତି । ବାଲି ମୁଠାଏ ବି ପକାଉନାହାନ୍ତି । ମାଟି ଏମିତି ଭାବେ ପକାଉଛନ୍ତି ଯେ ଚାଷ ଜମି ଭଳି କାଦୁଅ, ସବୁଆଡ ଖାଲଖମାରେ ଭର୍ତ୍ତି, ବର୍ଷା ପାଣି ଜମିଲେ କୋଉଠି ଖାଲ କି ସମାନ ରାସ୍ତା ତାହା ଜାଣିବା କଷ୍ଟକର । ରାଜଧାନୀର ଗଳିକନ୍ଦି ରାସ୍ତାକୁ ଦେଖିଲେ ଏମିତି ମନେହଉଛି, କୌଣସି ଗାଁ ଗହଳିର ରାସ୍ତା ବି ଏହାଠାରୁ ଢ଼େର ଗୁଣ ଅଧିକ ଭଲ । ରାଜଧାନୀର ଉପରଟା ସିନା ଅତି ସୁନ୍ଦର କିନ୍ତୁ ଭିତରଟା ପୁରା ଅପନ୍ତରା ରାଇଜ ପାଲଟି ଯାଇଛି । ଏ ନେଇ ସ୍ଥାନୀୟ ବାସିନ୍ଦାମାନେ କୁହନ୍ତି ଯେ ଦୀର୍ଘ ବର୍ଷ ହେଲା ସ୍ୱେରେଜ୍ କାମ ଚାଲିଛି ଯେ ସରିବାର ନାଁ ଧରୁନି । ସ୍ୱେରେଜ୍ ବିଭାଗର ଅଧପନ୍ତରିଆ କାମ ହୋଇଥିବା ସବୁ ଅଞ୍ଚଳର ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ସ୍ୱେରେଜ୍ ବୋର୍ଡ ଉପରେ କୌଣସି ଚାପ ପକାଯାଉ ନାହିଁ, ତେଣୁ ମନମୁଖି କାମ ଚାଲିଛି । କେତେବେଳେ କିଏ ଖାଲ ଭିତରକୁ ଗଡ଼ିଗଲାଣି ତ କେତେବେଳେ ଗାଡ଼ି ମଟର ଖାଲ ଭିତରେ ପଶିଗଲାଣି । ଏ କାମ ଶୀଘ୍ର ସାରିବାକୁ ସବୁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି । ରାଜସ୍ୱରୁ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଫାଇଦା ଉଠାଉଛନ୍ତି । ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣରେ ଯେତିକି ଟଙ୍କା ଖର୍ଚ୍ଚ କରାଯାଇଛି ତାର ଅଧା ଟଙ୍କା ଯଦି ସଠିକ ଭାବରେ ଖର୍ଚ୍ଚ କରାଯାଇଥାଆନ୍ତା ତେବେ ଲୋକମାନଙ୍କୁ ଆଉ ଏଭଳି ସମସ୍ୟା ଭୋଗିବାକୁ ପଡ଼ୁନଥାନ୍ତା । ଏଥିପ୍ରତି ଗୁରୁତ୍ୱ ଦେବାକୁ
ବୁଦ୍ଧିଜୀବୀମାନେ କହୁଛନ୍ତି । ସେମାନଙ୍କର ଅଭିଯୋଗ ହେଲା ଏହା କେବଳ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ।
ଯୋଜନା ଓ ସମନ୍ୱୟ ବିଭାଗ ର ପଦାଧିକାରୀ ଓ ବିଭାଗୀୟ ମନ୍ତ୍ରୀ କଣ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Post Views: 77
Share202Tweet127Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In