ରଣପୁର (ଭିଓଭି): ନୟାଗଡ ଜ଼ିଲ୍ଲା ରଣପୁର ରେଞ୍ଜରେ ହାତୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀପଲଙ୍କ ଉପଦ୍ରଵରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ସନ୍ଧ୍ୟା ହେଲେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି।.ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳଳବାସୀ l ଗତ ଦୁଇରୁ ତିନିଦିନ ହେବ ସାନ ପଥୁରିଆ, ବଡ଼ ପଥୁରିଆ ଓ ଗୁଣ୍ଡୁରିଆ ଗାଁର ନିକଟସ୍ଥ ଜଙ୍ଗଲରେ ୧୮ ଟିକିଆ ହାତୀ ପଲ ରହି ଉତ୍ପାତ ଚଳାଇଥିବା ବେଳେ ଚାଷୀଙ୍କର ୧୦ଏକର ରୁ ଉର୍ଦ୍ଧ ଧାନଫସଲ ନଷ୍ଟ କରିଥିବା ଚାଷୀକୁଳ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଆଖି ସାମ୍ନାରେ ବର୍ଷକର ଧାନ ଫସଲ ଉଜୁଡି ଯାଉଥିବା ବେଳେ ଉପାୟ ଶୂନ୍ୟହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ l ବର୍ଷତମାମ କେତେବେଳେ ହାତୀ ତ ଅଉ କେତେବେଳେ ବାରହାଙ୍କ ଉପଦ୍ରଵରେ ଚାଷୀଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ କରୁଥିବା ବେଳେ ନିଦାବିଷ୍ଣୁ ସାଜିଛି ସ୍ଥାନୀୟ ବନବିଭାଗ l ଏହାର ସ୍ଥାୟୀ ସମାଧାନ କରିବା ସହ କ୍ଷତିପୂରଣ ଯୋଗାଇଦେବା ପାଇଁ ଦାବି କରିଛନ୍ତି ଅଞ୍ଚଳଚାଷୀ l ସେପଟେ ହାତୀଙ୍କୁ ଘଉଡ଼େଇବା ପାଇଁ ରଣପୁର ବନ ବିଭାଗ ଉଦ୍ୟମ ଚଳାଇଛି।


