• About Us
  • Contact Us
Thursday, May 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କଲେ ମହିଳା ଉଦ୍ୟୋଗୀ

by Voice of Victims
November 22, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଘେରାଉ କଲେ ମହିଳା ଉଦ୍ୟୋଗୀ

ସତ୍ୟବାଦୀ (ଦୁର୍ଗେଶ ପ୍ରସାଦ ମିଶ୍ର): ଗତ ୨୦-୧୧-୨୦୨୪ ରେ ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ଙ୍କ ନେତୃତ୍ବ ରେ ଶତାଧିକ ମହିଳା ଓ ପୁରୁଷ ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ କୁ ଘେରାଉ କରି ତାଲା ବନ୍ଦ କରି ଧାରଣାରେ ବସିଥିଲେ। ସତ୍ୟବାଦୀ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ମଧ୍ୟ ଖବର ପାଇ ଧାରଣାରତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଏହାର ସମାଧାନ ଦିଗରେ ପ୍ରୟାସ କରିଥିଲେ । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ପରଜାପଡା ପଞ୍ଚାୟତ ବିଲସାହି ଗ୍ରାମରେ ଜିଲ୍ଲା ଶିଳ୍ପ ସଂସ୍ଥା ଦ୍ଵାରା ପଞ୍ଜିକୃତ ହୋଇଥିବା ଶ୍ରୀମତୀ ସର୍ଜି୍ତା ହରିଚନ୍ଦନଙ୍କ ଦ୍ବାରା ପରିଚାଳିତ ଶ୍ରୀରାଧା ମରା ନଡିଆ ତେଲ ଶିଳ୍ପରେ ଦୀର୍ଘ ଦେଢ଼ ମାସ କାଳ ଗ୍ରାମବାସୀ ମାନେ ଉଦ୍ଦେଶ୍ୟମୂଳକ ଭାବରେ ବିଦ୍ୟୁତ ସଞ୍ଜୋଗକୁ କାଟିଦେଉଛନ୍ତି। ଶ୍ରୀମତୀ ହରିଚନ୍ଦନ ଏ ବିଷୟରେ ବିଦ୍ୟୁତ ବିଭାଗର ଉପରିସ୍ଥ ଅଫିସର, ସତ୍ୟବାଦୀ ବିଡ଼ିଓ , ସତ୍ୟବାଦୀ ତହସିଲଦାର, ଏସଡିପିଓ, ସତ୍ୟବାଦୀ ଆଇଆଇସି ତଥା ଉପଜିଲ୍ଲାପାଳ ତଥା ସତ୍ୟବାଦୀ ବିଧାୟକ ପ୍ରଭୃତି ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ସେ ବାଧ୍ୟ ହୋଇ ତାଙ୍କ ସଂସ୍ଥା ସହ ଜଡ଼ିତ ଥିବା ପଚାଶରୁ ଉର୍ଦ୍ଧ୍ଵ ମହିଳାଙ୍କୁ ନେଇ ବ୍ଲକ ଅଧ୍ୟକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ।

ବ୍ଲକ୍ ଅଧ୍ୟକ୍ଷ ଏ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ମହିଳା ମାନେ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ କୁ ତାଲା ପକାଇ ଘେରାଉ କରିଥିଲେ। ଏହି ଘେରାଉ ପରେ ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିଜୟ କେତନ ବେହେରା ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ଏବଂ ଘଟଣାରେ ହସ୍ତକ୍ଷେପ କରି ବିଦ୍ୟୁତ ବିଭାଗ ଏସଡିଓଙ୍କ ସହ ଆଲୋଚନା କରି ଏ ଘଟଣାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ସୋଇଥିଲେ ମଧ୍ୟ ୨୨ ତାରିଖ ସୁଦ୍ଧା ଘଟଣାର ସମାଧାନ ନହେଲେ ରାଜରାସ୍ତା ଅବରୋଧ କରାଯିବାକୁ ସ୍ଥିର କରାଯାଇଥିବା ଆନ୍ଦୋଳନକାରୀ ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇନଥିବା ଶ୍ରୀମତୀ ହରିଚନ୍ଦନଙ୍କଠାରୁ ପ୍ରକାଶ।

Post Views: 269
Share212Tweet133Send
Voice of Victims

Voice of Victims

Recent Posts

  • OSRTCର ସମସ୍ତ ଗାଡିକୁ ଇଭି କରାଯିବ, ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା
  • ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ, ଦୁଇ ବର୍ଷ ପୂର୍ତ୍ତି ନେଇ କରୁଛନ୍ତି ଆଲୋଚନା
  • ଭିଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ, ୧୦ ଦିନ ପରେ ନାଁ ଘୋଷଣା କଲା କଂଗ୍ରେସ
  • ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍
  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In