• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଶ୍ବ ଦେଖିଲା ମହାଜାଗତିକ ଦୃଶ୍ୟ: ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ

by Voice of Victims
September 8, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ରାଜ୍ୟ, ସମସ୍ୟା
ବିଶ୍ବ ଦେଖିଲା ମହାଜାଗତିକ ଦୃଶ୍ୟ: ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ

ଭୁବନେଶ୍ୱର: ବିଶ୍ବ ଦେଖିଲା ମହାଜାଗତିକ ଦୃଶ୍ୟ । ସଂଗଠିତ ହୋଇଛି ଦଶନ୍ଧିର ଅନ୍ୟତମ ଦୀର୍ଘପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ରାତି ୧୧ଟା ୧ ମିନିଟରେ ପୂର୍ଣ୍ଣଗ୍ରାସ ହୋଇଛି । ରାତି ୧ଟା ୨୭ ପର୍ଯ୍ୟନ୍ତ ଇନ୍ଦୁ ପୂର୍ଣ୍ଣିମାର ଜହ୍ନ ପୃଥିବୀର ଛାଇରେ ଡାଙ୍କି ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଚନ୍ଦ୍ରଗ୍ରହଣ । ସେପଟେ ଗ୍ରହଣ ବେଳେ ଗାଢ ଲାଲ ହୋଇଯାଇଥିଲା ଚନ୍ଦ୍ର । ରାତି ୧୧ରୁ ପ୍ରାୟ ୮୨ ମିନିଟ ଧରି ଦୃଶ୍ୟମାନ ହୋଇଥିଲା ବ୍ଲଡ ମୁନ୍ ।

ଭାରତ ସମେତ ବିଶ୍ବର ପ୍ରାୟ ଅଧିକାଂଶ ଅଞ୍ଚଳରେ ଖାଲି ଆଖିରେ ଦେଖାଯାଇଥିଲା । ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆମେରିକାର ଅନେକ ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା । ଭୁବନେଶ୍ୱରରେ ଅନେକ ଲୋକ ଏହାକୁ ଟେଲିସ୍କୋପ୍ ଓ କ୍ୟାମେରାରେ କ୍ୟାପ୍ଚର କରିଥିଲେ। କିନ୍ତୁ କିଛି ଅଞ୍ଚଳରେ ରକ୍ତ ଚନ୍ଦ୍ର ଦେଖିବାକୁ ମେଘ ବାଧା ସୃଷ୍ଟି କରିଥିଲା । ଭାରତରେ ଚନ୍ଦ୍ରଗ୍ରହଣର ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ରହିଛି । କେତେକ ସମ୍ପ୍ରଦାୟରେ ଏହାକୁ ଅଶୁଭ ଭାବେ ଦେଖାଯାଏ । ଯେଉଁଥିପାଇଁ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ ବା ନିଦ୍ରା ନିଷେଧ କରାଯାଇଥାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ଏହା ଏକ ସ୍ୱାଭାବିକ ଘଟଣା ।

ଓଡ଼ିଶାରେ, ପୁରୀ ଜଗନ୍ନାଥ ମନ୍ଦିରରେ ଗ୍ରହଣ ସମୟରେ ନିୟମିତ ପୂଜା ବନ୍ଦ ରହିଥିଲା । ଭୁବନେଶ୍ୱରର ପାଠାଣୀ ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ । ପୁରୀରେ ସମୁଦ୍ର କୂଳରେ ଚନ୍ଦ୍ରର ଲାଲ୍ ରଙ୍ଗ ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା । କଟକରେ ଛାତ୍ରଛାତ୍ରୀ ଓ ବୈଜ୍ଞାନିକ ସଂଘ ଏହାକୁ ନେଇ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଭାରତରେ ପରବର୍ତ୍ତୀ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୮ ଫେବୃଆରୀ ୧ରେ ଦୃଶ୍ୟମାନ ହେବ ।  ଯାହା ମଧ୍ୟ ଏକ ବ୍ଲଡ୍ ମୁନ୍ ହେବ ।

Post Views: 185
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In