ରଣପୁର,୧୭/୦୬ : ପାରିବାରିକ କଳହକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ ହେଉଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣୀକିଲୋ ନୂଆ ସାହି ଗ୍ରାମରେ ଦୀର୍ଘ ଦିନ ଧରି ଜମି ବାଡି ବିବାଦକୁ କେନ୍ଦ୍ର ହରିହର ମାର୍ଥାଙ୍କ ବଡ ପୁଅ ବିଜୟ ମାର୍ଥା ୩୩ ବର୍ଷ ସାନ ପୁଅ ଅଜୟ ମାର୍ଥା ୩୧ ବର୍ଷଙ୍କ ମଧ୍ୟରେ ବିବାଦ ଲାଗିଥିଲା। ତେବେ ବୁଧ ବାର ଦିନ ଅପରାହ୍ନ ସମୟରେ ବିଜୟ ମଦ୍ୟ ପାନ କରି ଏକ ଟେକା ଫିଙ୍ଗି ଥିଲେ । ଟେକା ଫିଙ୍ଗାକୁ କେନ୍ଦ୍ର କରି ସାନ ଭାଇ ଅଜୟ ପ୍ରଥମେ ଠେଙ୍ଗାରେ ପିଟି ଥିଲେ । ପରେ ବାପା ହରିହର ବେକରେ ଗାମୁଛା ଗୁଡ଼େଇ ମାରି ଦେଇ ଥିବାର ମୃତଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଫାଣ୍ଡି ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାପା ହରିହରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିବା ବେଳେ ସାନ ଭାଇ ଅଜୟ ଘଟଣା ସ୍ଥଳରୁ ଫେରାର ରହିଛି । ଖବର ଲେଖିବା ସମୟରେ ପରିବାର ପକ୍ଷରୁ କୌଣସି ଏଫ ଆଇ ଆର ଦିଆ ଯାଇନଥିଲା।
