ବାଲିପାଟଣା, ୬/୯: ବାଲିପାଟଣା ଥାନା ଅଧୀନ ମୁଣ୍ଡହଣାପାଟଣା ଗ୍ରାମରେ ମୋଟରସାଇକେଲ୍/ ବୁଲେଟ୍ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ମୁଣ୍ଡହଣାପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ରଙ୍କେତ କୁମାର ଦାସ (୨୪)।ପୁଲିସ ସୂଚନା ଅନୁଯାୟୀ,ସେପ୍ଟେମ୍ବର ୪ ତାରିଖ ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ମୁଣ୍ଡହଣାପାଟଣା ଗ୍ରାମର ସିସିର କୁମାର ସାହୁଙ୍କ ଘର ନିକଟରେ ରଖାଯାଇଥିବା OD 02 CE 3992 ନମ୍ବର ବିଶିଷ୍ଟ ବୁଲେଟ୍/ ମୋଟରସାଇକେଲ୍ ଚୋରି ହୋଇଥିଲା। ଏନେଇ ସିସିର କୁମାର ସାହୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ରଙ୍କେତ କୁମାର ଦାସଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଚୋରି ହୋଇଥିବା ମୋଟରସାଇକେଲ/ବୁଲେଟ୍ ଜବତ କରାଯାଇଛି। ପରେ ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
