• About Us
  • Contact Us
Tuesday, November 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆହାର କେନ୍ଦ୍ର ଉଦଘାଟନରେ ରାସ୍ତା ଓ ଗୃହନିର୍ମାଣ ବିଭାଗୀୟ ଭୁଲକୁ ନେଇ ତାତି, ବର୍ଷିଲେ ଜିଲ୍ଲା ପରିଷଦ ସଭ୍ୟ

by Voice of Victims
November 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆହାର କେନ୍ଦ୍ର ଉଦଘାଟନରେ ରାସ୍ତା ଓ ଗୃହନିର୍ମାଣ ବିଭାଗୀୟ ଭୁଲକୁ ନେଇ ତାତି, ବର୍ଷିଲେ ଜିଲ୍ଲା ପରିଷଦ ସଭ୍ୟ

ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ୮୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ନୂତନ ଆହାର କେନ୍ଦ୍ରକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଛନ୍ତି। ଗତ ଅକ୍ଟୋବରରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ସରିଥିବା ଏହି କେନ୍ଦ୍ରରେ ରୋଷେଇ ଘର, ଶୌଚାଳୟ, ଥଣ୍ଡା ପାନୀୟ ଜଳ ଓ ବିଦ୍ୟୁତ ଇନଭର୍ଟର ବ୍ୟବସ୍ଥା ରହିଛି ବୋଲି ବିଭାଗର ଏସ୍‌ଡିଓ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଉଦଘାଟନ ବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିମନ୍ତ୍ରଣ ସତ୍ତ୍ୱେ ବିଧାୟକ, ବ୍ଲକ ଚେୟାରମ୍ୟାନ ଓ ସରପଞ୍ଚ ଲୋକଙ୍କ କାମରେ ସମୟ ଦେଉନଥିବା କହି ସମାଲୋଚନା କରିଥିଲେ। ଅନ୍ୟପଟେ, ୧୯ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକଙ୍କୁ ନିମନ୍ତ୍ରଣ ନକରିବା ଏବଂ ଫଳକରେ ତାଙ୍କ ନାମ ନଥିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଶ୍ରୀ ମଲ୍ଲିକ ଓ ତାଙ୍କ ସମର୍ଥକମାନେ ସାଂସଦଙ୍କୁ ଘେରି ପ୍ରତିବାଦ କରିବା ପରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ଜଣେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଅଣଦେଖା କରାଯିବାକୁ ନେଇ ବିଭାଗର କାର୍ଯ୍ୟଶୈଳୀକୁ ସମାଲୋଚନା କରାଯାଉଛି। ଏଭଳି କାର୍ଯ୍ୟ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱହୀନତା ଓ ପାତରଅନ୍ତର ନୀତିକୁ ପଦାରେ ପକାଇଛି। ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲ ମାନିବାରେ ବିଭାଗୀୟ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଓ ଚର୍ଚ୍ଚା ଜୋର ଧରିଛି। ଏନେଇ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ କହିଛନ୍ତି ଯେ ଆହାର କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଜିଲ୍ଲା ପରିଷଦ ବୈଠକରେ ପ୍ରସ୍ତାବ ଉଠାଇବା ସହ ବହୁ ଚେଷ୍ଟା କରିଛନ୍ତି। ସାଂସଦ, ବିଧାୟକ, ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଫଳକରେ ଥିବା ବେଳେ ତାଙ୍କ ନାମ ନରହିବା ଓ ନିମନ୍ତ୍ରଣ ନମିଳିବା ଦୁଃଖଦାୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦ୍ୱାରିକାନାଥ ଚୌଧୁରୀ, ନାରାୟଣ ଖୁଣ୍ଟିଆ, ଶୈଳେନ୍ଦ୍ର ଭୋଳ, ବସନ୍ତ ନାୟକ, ଶିବ ମଲ୍ଲିକ, ଅଶୋକ ପଟ୍ଟନାୟକ, ସସ୍ମିତା ପଣ୍ଡା, ରଶ୍ମି ରଞ୍ଜନ ବଳିୟାରସିଂ, ଦିଲ୍ଲୀପ କୁମାର ଓଝା, ଶଶିଭୂଷଣ ପାତ୍ର, ମିର ଅଖତାର ଅଲ୍ଲୀ, ପ୍ରଶାନ୍ତ ସାମନ୍ତରାୟ, ସିଦ୍ଧେଶ୍ୱର ନାଥ, ବିଜୟ ମହାରଣା, ମେଡିକାଲ ସୁପରିଟେଣ୍ଡେଣ୍ଟ ଗାୟତ୍ରୀ ମିଶ୍ର ଏବଂ ବହୁ ମହିଳା ଉପସ୍ଥିତ ଥିଲେ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ଏଣିକି UPI ଜରିଆରେ ଉଠାଇପାରିବେ PF ଟଙ୍କା, ଭିମ୍ ଆପ୍‌ରେ ମିଳିବ ଟଙ୍କା ଉଠାଣ ସୁବିଧା
  • ‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
  • ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ଶେଖ୍ ହସିନା ! ସରକାରଙ୍କୁ ମାଗିଲେ ସ୍ୱତନ୍ତ୍ର ବିମାନ
  • ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ
  • ନଭେମ୍ବର ଶେଷ ସପ୍ତାହରେ ପୁଣି ମାଡ଼ି ଆସିବ କି ବାତ୍ୟା? ଦକ୍ଷିଣ ବଙ୍ଗୋପସାଗର ଉପରେ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In