• About Us
  • Contact Us
Wednesday, August 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ

by Voice of Victims
August 17, 2024
in ମୁଖ୍ୟ ଖବର, ରାଜ୍ୟ
ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ

ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ଯଥା ଭୁବନେଶ୍ୱର ସ୍ଥିତ ଡା ଅଭିନ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ରାଉଲକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଓ ରିସର୍ଚ୍ଚ ଏବଂ ତିନି ଆୟୁର୍ବେଦିକ କଲେଜ ଯଥା ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବଲାଙ୍ଗୀର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସକାଳ ୬ଟାରୁ ୨୪ଘଣ୍ଟିଆ ଆନ୍ଦୋଳନ ଆରମ୍ଭ ହୋଇଛି।ସମସ୍ତ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଭୁବନେଶ୍ୱର ହୋମିଓପ୍ୟାଥିକ କଲେଜରୁ ଶୋଭାଯାତ୍ରାରେ ଆସି ପି ଏମ ଜି ଠାରେ ପ୍ରତିବାଦ ସଭା କରିଥିଲେ। ଏହି ଘଟଣାରେ ସି ବି ଆଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ, ଘଟଣାରେ ସଂପୃକ୍ତ ଥିବା ସମସ୍ତ ଆସାମୀ ଙ୍କୁ କଠୋର ଦଣ୍ଡ ବିଧାନ, କର୍ତ୍ତବ୍ୟ ସମ୍ପାଦନ ସମୟରେ ଡ଼ାକ୍ତରୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା ପ୍ରଦାନ,ଦେଶରେ ସ୍ଵାସ୍ଥ୍ୟ ସୁରକ୍ଷା ଆଇନକୁ କଡାକଡି କରିବା ଆଦି ଦାବୀ ନେଇ ରାଜ୍ୟ ବ୍ୟାପି ଆୟୁଷ ଡାକରୀ ଛାତ୍ର ସଙ୍ଘ ରାଜରାସ୍ତାକୁ ଓଲ୍ହାଇଛନ୍ତି।ସଙ୍ଘ ର ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ସାଧାରଣ ସମ୍ପାଦକସୁବ୍ରତ କୁମାର ସାମଲ, ଉପ ସଭାପତି, ଡା ନାଚିକେତା ଗୁପ୍ତା,ମିଡିଆ ପ୍ରବକ୍ତା ଡା ସୌରଭ ମହାରଣା ପ୍ରମୁଖ ଏକ ଦାବୀ ପତ୍ର ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ରାଜ୍ୟ ଆୟୁଷ ନିର୍ଦେଶକ, କେନ୍ଦ୍ର ମେଡ଼ିକାଲ ଆସୋସିଏସନ ଆଦିଙ୍କୁ ପ୍ରେରଣ କରି ଘଟଣା କୁ ନିନ୍ଦା କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନତିକରଣ ଲାଗି ୩.୧୦ କୋଟି ଯୋଗାଇ ଦେଲେ ଅଶ୍ୱିନୀ ବୈଷ୍ଣବ
  • ଦିଲ୍ଲୀରେ ଖୁବ୍ ଶୀଘ୍ର ‘ଜନ୍ତର ମନ୍ତର ସିଜିନ୍ ୨’!
  • ରେମୁଣାରେ “ତ୍ରୀରଙ୍ଗା ପଦଯାତ୍ରା” ଅନୁଷ୍ଠିତ
  • ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଏନ୍. ଚନ୍ଦ୍ରଶେଖର, ୨୦୨୭ ରେ ସରିବ କାର୍ଯ୍ୟକାଳ
  • “ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେବି”: ବିରୋଧୀଙ୍କ ହଟ୍ଟଗୋଳ ଉପରେ ଅମିତ ଶାହଙ୍କ ପ୍ରଥମ ପ୍ରତିକ୍ରିୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In