• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

by Voice of Victims
July 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

ରଣପୁର, ୬/୭: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ରଣପୁର ବନାଞ୍ଚଳ ଅନ୍ତର୍ଗତ ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନ ମହୋତ୍ସବ ସପ୍ତାହ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। “ମା’ ପାଇଁ ଗଛଟିଏ” ଏବଂ “ବୃକ୍ଷ ହିଁ ଜୀବନ” ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶୁଶାନ୍ତ କୁମାର ବନ୍ଧ ଓ ଦେବାଶିଷ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ଚରଣ ସିଂହ ସୂଚନା ଦେଇ କହିଥିଲେ ଯେ, ବନମହୋତ୍ସବ ଅବସରରେ ଆଜି ୧,୦୦୦ରୁ ଅଧିକ ଚାରାରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ ୧୦,୦୦୦ ବୃକ୍ଷରୋପଣର ଲକ୍ଷ୍ୟ ରହିଛି।

କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ପରିବେଶ ସୁରକ୍ଷା ଓ ସବୁଜ ଓଡ଼ିଶା ଗଠନ ପାଇଁ ଏଭଳି କାର୍ଯ୍ୟକ୍ରମ ସମାଜରେ ସଚେତନତା ସୃଷ୍ଟି କରିବ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।

Post Views: 115
Share198Tweet124Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In