• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଘୋଡ଼ାକୁ ଘାସ ଦାୟିତ୍ୱ ଦିଆଗଲେ ଘାସ ସୁରକ୍ଷିିତ ରହିବ କି :ମୁଖ୍ୟମନ୍ତ୍ରୀ

by Voice of Victims
November 2, 2024
in ମୁଖ୍ୟ ଖବର, ରାଜ୍ୟ
ଘୋଡ଼ାକୁ ଘାସ ଦାୟିତ୍ୱ ଦିଆଗଲେ ଘାସ ସୁରକ୍ଷିିତ ରହିବ କି :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶନିବାର ପୁଣି ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ବଲାଙ୍ଗୀରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ବିଜେଡି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ୧୯୯୮ରେ ଭିତ୍ତି ପଡ଼ିଥିବା ପ୍ରକଳ୍ପ ୨୦୨୪ ପର୍ଯ୍ୟନ୍ତ ବି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି । ଏହାକୁ ତରବରିଆଭାବେ ଉଦଘାଟନ କରାଯାଇଥିବାବେଳେ ଏଥିରୁ ଚାଷୀ କେତେ ପାଣି ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏପରିକି ଘୋଡ଼ାକୁ ଘାସ ଦାୟିତ୍ୱ ଦିଆଗଲେ ଘାସ ସୁରକ୍ଷିିତ ରହିବ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେହିପରି ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା ଟଙ୍କା କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ପ୍ରକଳ୍ପ ଟଙ୍କାରେ କୋଠା, ଫାର୍ମ, ଫାର୍ମ ହାଉସ ଓ ଗହଣ କିଣାଗଲା ବୋଲି ସେ କହିଛନ୍ତି । ତେବେ ସେ ଭୁଲ ଆମ ସରକାର କରିବ ନାହିଁ । ଆମେ ଯାହା କହୁଛୁ ତାହା କରିବୁ ।  ଦୀର୍ଘ ୨୪ ବର୍ଷ ହେଲା ବଲାଙ୍ଗୀରକୁ ଅବହେଳା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନେଇ ବିସ୍ତୃତ ସୂଚନା ଦେଇଛନ୍ତି । ଏହା ଦ୍ୱାରା ବେଲପଡା ବ୍ଲକର ୬ହଜାର ହେକ୍ଟର ଜମି ଜଳସେଚିତ ହେବ । ୨୪୯୫ ମିଟର ଡ୍ୟାମ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଡ୍ୟାମରୁ ୨୧୦ କିଲୋୱାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

Post Views: 38
Tags: If grass is given to horses
Share199Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In