• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

by Voice of Victims
November 5, 2024
in ମୁଖ୍ୟ ଖବର, ରାଜ୍ୟ
ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଇସ୍କନର ମନମୁଖି କାର୍ଯ୍ୟ ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି। ଗଜପତି କହିଛନ୍ତି ଯେ, ଇସ୍କନ 1967 ମସିହାରୁ ଏପରି ରଥଯାତ୍ରା କରି ଆସୁଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ବାରମ୍ବାର ଚିଠି ଲେଖି ବିରୋଧ କରିଛି। ରଥଯାତ୍ରା ତିଥୀରେ ରଥଯାତ୍ରା କରିବା  ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ହେଲେ ବାରମ୍ବାର  ତାଗିଦ କରିବା ସତ୍ବେ ସେମାନେ ଶୁଣୁ ନାହାଁନ୍ତି। ବର୍ତ୍ତମାନ ଆଉ ସେମାନଙ୍କର ଏପରି ନିତିକୁ ବରଦାସ୍ତ କରାଯିବ ନାହିଁ। ଖୁବ ଶିଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କମିଟ ଅଧ୍ୟକ୍ଷ ଗଜପତି ମହାରାଜା କହିଛନ୍ତି। ଆନ୍ତର୍ଜାତୀୟ ସ୍ତରର ସଂସ୍ଥା ଇସ୍କନ ତରଫରୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ନଅ ତାରିଖରେ ଆମେରିକାର ହୋଷ୍ଟନ ସହରରେ ଇସ୍କନ ରଥଯାତ୍ରା କରିବା ପାଇଁ ନିଷ୍ପତି କରିଛି। ଯାହାକୁ ନେଇ ତୀବ୍ର ବିରୋଧ ସୃଷ୍ଟି ହୋଇଛି। ପୂର୍ବରୁ ସେଠାରେ ସ୍ନାନ ଯାତ୍ରା କରିବା ପାଇଁ ଚଳିତ ମାସ ତିନି ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବିରୋଧ ଯୋଗୁଁ ସେମାନେ ସେହି ସ୍ନାନ ଯାତ୍ରାକୁ ସ୍ଥିଗତ ରଖିଛନ୍ତି। ହେଲେ ରଥଯାତ୍ରାକୁ ସେମାନେ ସ୍ଥଗିତ କରି ନାହାଁନ୍ତି। ସେଥିପାଇଁ ଜଗନ୍ନାଥ ପ୍ରେମୀଙ୍କ ତରଫରୁ ଏହାକୁ ବିରୋଧ କରାଯାଉଛି।

Post Views: 33
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In