• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଜିସିଇ କଲେଜରେ ରାଗିଂ: ୫ ଛାତ୍ର ଗିରଫ

by Voice of Victims
November 6, 2024
in ମୁଖ୍ୟ ଖବର, ରାଜ୍ୟ
ଜିସିଇ କଲେଜରେ ରାଗିଂ: ୫ ଛାତ୍ର ଗିରଫ

ଭୁବନେଶ୍ବର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ) ରେ ର‌୍ୟାଗିଂ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସିନିୟର ଛାତ୍ରମାନଙ୍କ ଆକ୍ରମଣରେ ଜଣେ ଜୁନିୟର ଛାତ୍ର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ନାମ ବିଶ୍ୱଜିତ୍ ବେହେରା ଏବଂ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂରେ ପଢୁଛନ୍ତି। ଗତକାଲି ରାତି ପ୍ରାୟ ୨ଟା ୪୫ରେ ସିନିୟର ଛାତ୍ର ମୋହିତ ପାତ୍ର,ସାଫଲ୍ୟ ମଲ୍ଲିକ,କୁସୁମ ହାଁସଦା,ଶେଖର କୁମାର ମକର ଏବଂ ରବିନ୍ଦ୍ର ନାଥ ଦାସ ବଳଦେବଜୀଉ ହଷ୍ଟେଲର ୧୧୨ ନମ୍ବର ରୁମ କବାଟ ଭାଙ୍ଗି ଭିତରେ ପଶି ଲୁହାରଡ ଓ ବାଡିରେ ପିଟାପିଟି କରିଥିଲେ। ସେମାନଙ୍କ ଆକ୍ରମଣରେ ବିଶ୍ୱଜିତ୍ ବେହେରା ଗୁରୁତର ଆହତ ହୋଇଥିଲେ। ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏହି ଘଟଣାକୁ ନେଇ ବିଶ୍ୱଜିତ୍ ଙ୍କ ବାପା ବିନୟ କୁମାର ବେହେରା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଘଟଣାରେ ସଂପୃକ୍ତ ୫ ଜଣ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ କଲେଜ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ ୧ ବର୍ଷ ପାଇଁ ସସପେଣ୍ଡ କରାଯାଇଛି। ପୂର୍ବରୁ ସେମାନେ ବିଶ୍ୱଜିତ୍ କୁ ର‌୍ୟାଗିଂ କରି ଆସୁଥିଲେ ବୋଲି ତାଙ୍କ ଅଭିଯୋଗ କରିଥିଲେ ହେଁ କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡି ଦେଇଥିଲେ। ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି କଲେଜରେ ଆଂଟି ର‌୍ୟାଗିଂ ସେଲ ସଠିକ୍ ଭାବରେ କାମ କରୁନଥିବାରୁ ଏଭଳି ଘଟଣା ଘଟୁଛି। ଏ ନେଇ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡଙ୍ଗୀ ଘଟଣାର ଯାଂଚ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅଭିଯୋଗ ହେବା ପରେ ଟାଉନ ପୁଲିସ କେସ ନମ୍ବର ୫୫୧ ଭାରତୀୟ ନ୍ୟାୟ ସଂହିତା ୩୩୧(୪)/୧୨୬(୨)/୧୧୫(୨)/୧୧୮/୩୫୧(୩)/୩୦୩(୨)/୩(୫)ରେ ମାମଲା ରୁଜୁ ହୋଇଛି।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In