ପୁରୀ (ଭିଓଭି): ପୁରୀ ଫଟୋ ଆଣ୍ଡ ଭିଡ଼ିଓ ଟ୍ରେଡର୍ସ ର ବାର୍ଷିକ ଉତ୍ସବ ଉପଲକ୍ଷେ ସଂଘ ତରଫରୁ ଶନିବାର ଦିନ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏଥିରେ ସଂଘର ସଭାପତି ମିଥୁନ ଜେନା ,
ଉପ ସଭାପତି ସୁଦିପ୍ତ ମିଶ୍ର ,ସମ୍ପାଦକ ସୁକାନ୍ତ ସାହୁ , କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ସ୍ବାଇଁ, ବରିଷ୍ଟ ସଦସ୍ୟ ଶିବଚରଣ ମହାନ୍ତି, ଦେବେନ୍ଦ୍ର ନନ୍ଦ, ପ୍ରକାଶ ଦଳେଇ, ହରପ୍ରସାଦ ଚାଟାର୍ଜୀ, ସୁଧାକର ନାୟକ, ସୂର୍ଯ୍ୟ ସାହୁ, ହିତେନ୍ଦ୍ର ପ୍ରଧାନ, ଦାମୋଦର୍ ଛଡ଼ିଦାର, ଜୟଦେବ ପାତ୍ର , ଓ ବରିଷ୍ଟ ଫଟୋଗ୍ରାଫର ରାଜେଶ୍ ପାଣିଗ୍ରାହୀ, ମନୋରଞ୍ଜନ ରଣା , ନିଗମ୍ ପାତ୍ର ଓ ଅନ୍ୟ ସଦସ୍ୟ ମାନଙ୍କର ସହଯୋଗରେ ପ୍ରାୟ ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ ଏକ ମହତ୍ ଦାନ। ଏହା ରୋଗୀଙ୍କ ଜୀବନ ବଞ୍ଚାଇବାରେ ବେଶ୍ ସହାୟକ ହେବ ଏବଂ ଆଗକୁ ଏହି କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନର ସଭାପତି ପ୍ରକାଶ କରିଛନ୍ତି।
