• About Us
  • Contact Us
Tuesday, April 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

by Voice of Victims
November 10, 2024
in ମୁଖ୍ୟ ଖବର, ରାଜ୍ୟ
ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍‌’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି କରିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ, ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ। ପ୍ରାଚୀନ ବ୍ଲୁ ଫ୍ଲାଗ୍‌ ବେଳାଭୂମିର ପରିଦୃଶ୍ୟରେ ଆୟୋଜିତ ହେବାକୁ ଥିବା ପରିଚାଳନାଗତ ପ୍ରଦର୍ଶନ ଭାରତୀୟ ନୌସେନା ଏବଂ ଓଡ଼ିଶା ରାଜ୍ୟର ସାମୁଦ୍ରିକ ଐତିହ୍ୟ ମଧ୍ୟରେ ସମ୍ପର୍କର ପ୍ରତୀକ। ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଓଡ଼ିଶା ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛି। ଏହି ଆୟୋଜନରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସମସ୍ତଙ୍କୁ ସମୁଦ୍ର ଉପକୂଳରୁ ପ୍ରତ୍ୟକ୍ଷ ଭାବେ ନୌସେନାର ସାମର୍ଥ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନ ଚାନେଲରେ ସିଧା ପ୍ରସାରଣ ମଧ୍ୟ କରାଯିବ।

Post Views: 38
Share198Tweet124Send
Voice of Victims

Voice of Victims

Recent Posts

  • ସେମାନଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ, ଇରାନ ନେତାଙ୍କ ସହ ଫେସ୍ ଟୁ ଫେସ୍ ମିଟିଂ ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ
  • ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ, ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ
  • ୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ
  • ଭୋଟର ତାଲିକାରୁ ୯.୮ ଲକ୍ଷ ନାମ ବାଦ୍: ସିଇସିଙ୍କୁ ସସ୍ମିତ ପାତ୍ରଙ୍କ ଚିଠି, ପୁନର୍ବିଚାର ଦାବି
  • ବଦଳିଲେ ଖଣ୍ଡପଡା SDPO, ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ ମାମଲାରେ କାର୍ଯ୍ୟାନୁଷ୍ଠାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In