• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୨୦୨୫ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା

by Voice of Victims
November 13, 2024
in ମୁଖ୍ୟ ଖବର, ରାଜ୍ୟ
୨୦୨୫ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା

ଭୁବନେଶ୍ୱର: ଆସନ୍ତାବର୍ଷ ୨୦୨୫ ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୨୬ ଟି ସରକାରୀ ଛୁଟି ରହିଛି। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ଆଜି ଛୁଟି ତାଲିକା ଜାରି ହୋଇଛି । ତାଲିକାରେ ୨୬ଟି ସରକାରୀ ଛୁଟି ଦିବସ ଓ ୮ଟିଇଚ୍ଛାଧୀନ ଛୁଟି ଦିବସ ରହିଛି । ଅନ୍ୟପଟେ ୨୦୨୫ ବର୍ଷ ପାଇଁ ଥିବା ୩୦ଟି ସରକାରୀ ଛୁଟି ୧୪ ଜାନୁଆରୀ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୨୫ ଡିସେମ୍ବର ବଡ଼ଦିନ ପଯ୍ୟନ୍ତ ରହିଛି। ଏହି ଦିନଗୁଡିକ ସରକାରୀ କାର୍ଯ୍ୟାଳୟ ସମେତ ରାଜସ୍ବ ଓ ମାଜିଷ୍ଟ୍ରେଟ କୋର୍ଟ ମଧ୍ୟ ବନ୍ଦ ରହିବ। ସେପଟେ ଜାନୁଆରୀ ୬ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୨୮ରେ ଶବ-ଇ-କାଦର, ଏପ୍ରିଲ ୧୯ରେ ଇଷ୍ଟର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୫ରେ ବାହୁ ଯାତ୍ରା, ଅଗଷ୍ଟ ୩୧ ଅଁଳା ନବମୀ, ନଭେମ୍ବର ୧୨ ପ୍ରଥମାଷ୍ଟମୀ ଏବଂ ଡିସେମ୍ବର ୨୫ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି । ରାଜ୍ୟରେ ସରକାର ଜାରି କରିଥିବା ତାଲିକା ଅନୁଯାୟୀ ୮ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଯେକୌଣସି ଗୋଟିଏରେ ସରକାରୀ କର୍ମଚାରୀମାନେ ଇଚ୍ଛାଧୀନ ଭାବେ ଛୁଟି ନେଇପାରିବେ। ବିଭାଗୀୟ ମୁଖ୍ୟଙ୍କଠାରୁ ଆବଶ୍ୟକୀୟ ଅନୁମତି ନେଇ ଏହି ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Post Views: 141
Share201Tweet126Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In