• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କୋରାପୁଟରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

by Voice of Victims
December 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କୋରାପୁଟରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏବେ ରାଜ୍ୟରେ ଚାଲିଛି ଲୋକଙ୍କ ସରକାର। ଆଉ ଏ ସରକାର କଥା ନୁହେଁ, କାମରେ ବିଶ୍ୱାସ କରନ୍ତି। କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। କୋରାପୁଟ ଜିଲ୍ଲା ଜୟପୁର ଫୁଲବାଡ଼ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ବିଶିଷ୍ଟ ନୂତନ କୋଠା, ସରକାରୀ ଆବାସିକ ଗୃହ ଓ ଗମନାଗମନ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ୫୨ କୋଟି ଟଙ୍କା ବିନିମୟରେ ନବନିର୍ମିତ ଜୟପୁର ବିମାନବନ୍ଦରର ନବନିର୍ମିତ ଟର୍ମିନାଲର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହା ସହ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୧୪୨ କୋଟି ଟଙ୍କା ବିନିମୟରେ ଆଧୁନିକ ସୁବିଧା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଛି। ୩୦୦ଶଯ୍ୟା ବିଶିଷ୍ଟ ୭ ମହଲା ନୂତନ କୋଠାରେ ଗୋଟିଏ ଛାତ ତଳେ ଅଲ୍‌ଟ୍ରାସାଉଣ୍ଡ, ଅସ୍ଥିଶଲ୍ୟ ଭଳି ସମସ୍ତ ବିଭାଗ ଚିକିତ୍ସା ରହିଛି। ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରକୁ ମଧ୍ୟ ଏଠାକୁ ଆଣାଯାଇଛି। ଏଠାରେ ସମସ୍ତ ସୁବିଧା ରହିଥିବାବେଳେ ଖୁବଶୀଘ୍ର ଆଇସିୟୁର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲା ଚିକିତ୍ସାଳୟର କର୍ମଚାରୀମାନଙ୍କ ପାଇଁ ୩୫ କୋଟି ଟଙ୍କା ବିନିମୟରେ ୯୬ଟି ନବନିର୍ମିତ ଆବାସିକ ଗୃହର ନିର୍ମାଣ ହୋଇଛି। ଅନ୍ୟପକ୍ଷରେ ନବନିର୍ମିତ ଜୟପୁର ଏୟାରପୋର୍ଟର ଟର୍ମିନାଲରୁ ସମ୍ବଲପୁର, ରାଉରକେଲା ଭଳି ଅଞ୍ଚଳକୁ ବିମାନ ସେବା ଯୋଗାଇବା ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ୧୦ କୋଟି ୨୩ ଲକ୍ଷ ଟଙ୍କା ବିନିମୟରେ ସେବିକା ମହାବିଦ୍ୟାଳୟ ନିର୍ମାଣ ହେବ। ଏଠାରେ ତାଲିମ ନେଇ ବାହାରିବା ପରେ ଛାତ୍ରୀମାନଙ୍କୁ ସରକାର ନିଯୁକ୍ତି ଦେବାର ମଧ୍ୟ ଦୃଢ଼ ପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନିଯୁକ୍ତି ସୁଯୋଗ ଇତ୍ୟାଦି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ଚାଷୀ ଭାଇଙ୍କ ସଶକ୍ତୀକରଣ ପାଇଁ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ସହ ଧାନ କୁଇଣ୍ଟାଲ ପିଛା ମୋଟ୍ ୩୧୦୦ ଟଙ୍କାରେ କିଣାଯାଉଛି। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମା’ମାନଙ୍କ ଆର୍ôଥକ ସ୍ଥିତିକୁ ମଜଭୁତ କରାଯାଉଛି। କୋରାପୁଟ ହେଉଛି ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟତମ ଆକର୍ଷଣର କେନ୍ଦ୍ର। କୋରାପୁଟର କଫି ଆଜି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ମାଟିର ମାଣ୍ଡିଆ କୁଇନ୍ ରାଇମତି ଘଉରିଆ ଜୈବିକ ଚାଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନଜନକ ଡକ୍ଟରେଟ୍ ପାଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। ବିକଶିତ ଓଡ଼ିଶା ନିର୍ମାଣରେ କୋରାପୁଟ ହେଉଛି ଏକ ପ୍ରମୁଖ ଅଂଶ। ଏହାକୁ ଗୁରୁତ୍ୱ ଦେଇ ଲୋକଙ୍କ ସରକାର ଜିଲ୍ଲାର ବିକାଶ ସହ ଜିଲ୍ଲାବାସୀଙ୍କ ସାମଗ୍ରିକ ଉନ୍ନତିକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ଆମ ସମସ୍ତଙ୍କ ପ୍ରୟାସରେ କୋରାପୁଟ ଜିଲ୍ଲା ନିଶ୍ଚୟ ସମୃଦ୍ଧ ହେବ ଏବଂ କୋରାପୁଟବାସୀଙ୍କ ଜୀବନଜୀବିକାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଆଁନ୍ତା, ଜିଲ୍ଲା ପରିଷଦର ସଭାନେତ୍ରୀ ସସ୍ମିତା ମେଲକା, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଏସ୍‌ପି ରୋହିତ ବର୍ମା ଓ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ବରଦାକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

Post Views: 81
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In