• About Us
  • Contact Us
Monday, August 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ

by Voice of Victims
August 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ

ମଧ୍ୟପ୍ରଦେଶ : ଶ୍ରାବଣ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଏଠାରେ ବର୍ଷକୁ ଥରେ ଖୋଲୁଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାରି ଭିତରେ ମନ୍ଦିର ପରିସରରେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର ସାମ୍ନାରେ ଥିବା ବ୍ୟାରିକେଡିଂ ନିକଟରେ ଭିଡ଼ ହଠାତ୍ ବଢିଯିବାରୁ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ଭିଡ଼ ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ଅବସ୍ଥା ବିଗିଡିଯାଇଛି ।

ଖବର ମୁତାବକ, ଶ୍ରାବଣ ମାସ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରକୁ ଶତାଧିକ ଶ୍ରଦ୍ଧାଳୁ ଦଶର୍ନ ପାଇଁ ପହଞ୍ଚିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରକୁ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଥିବା ବେଳେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର ସାମ୍ନାରେ ଥିବା ବ୍ୟାରିକେଡିଂ ନିକଟରେ ଭିଡ଼ ହଠାତ୍ ବଢିଯିବାରୁ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ଭିଡ଼ ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ଅବସ୍ଥା ବିଗିଡିଯାଇଛି । କିଛି ଶ୍ରଦ୍ଧାଳୁ ବେହୋସ ହୋଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ଏବଂ ପରିଜନ ଲୋକ ଶ୍ରଦ୍ଧାଳୁଙ୍କୁ ଭିଡ଼ରୁ ଉଦ୍ଧାର କରିଥିଲେ । ଆହତଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ସ୍ଥାନୀୟ ରିପୋର୍ଟ ମୁତାବକ, ଘଟଣାରେ ୧୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି । ଶ୍ରାବଣ ମାସ ୩ୟ ସୋମବାରରେ ଭଗବାନ ମହାକାଳଙ୍କ ସହିତ ନାଗଚନ୍ଦ୍ରେଶ୍ବର ମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ପାଇଁ ଭିଡ଼ ଲାଗି ରହିଥିଲା । ଏପର୍ଯ୍ୟନ୍ତ ୫.୫୦ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି । ନାଗଚନ୍ଦ୍ରେଶ୍ବର ମନ୍ଦିର କପାଟ ବର୍ଷକୁ ଥରେ ମାତ୍ର ଖୋଲିଯାଏ । ତେଣୁ ଦର୍ଶନ ପାଇଁ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଉଜ୍ଜୈନ ପହଞ୍ଚନ୍ତି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ
  • ଅଶୋକଧାମ ପରେ ମହାକାଳ ମନ୍ଦିରରେ ଦଳାଚକଟା ସ୍ଥିତି, ଅନେକ ଶ୍ରଦ୍ଧାଳୁ ଆହତ
  • ରେଡ୍ ଆଲର୍ଟରେ କେନ୍ଦୁଝର, ସ୍କୁଲ-କଲେଜ ଓ ଅଙ୍ଗନୱାଡ଼ି ବନ୍ଦ
  • ହୀରାକୁଦର ୭ ଗେଟ୍ ଖୋଲା, ନିଷ୍କାସିତ ହେଉଛି ବନ୍ୟାଜଳ
  • ବାଲେଶ୍ଵରରେ ତୁହାକୁ ତୁହା ବର୍ଷା, ତଳିଆ ଅଞ୍ଚଳ ଜଳମଗ୍ନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In