ବାଲେଶ୍ଵର ( ଭିଓଭି ) ୧୭/୮ : – ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୋଭାରାମପୁର ରାସ୍ତା , ବାଲିଆ ଏବଂ ଏକତା ନଗର ଅଞ୍ଚଳର ରାସ୍ତା ଉପରେ ୪ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ସହରରେ ଡ୍ରେନ୍ ସଫା ନ ହେବା କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ବର୍ଷା କାରଣରୁ ଲୋକମାନଙ୍କ ର ଜୀବନ ଜୀବିକା ପ୍ରଭାବିତ ହୋଇଛି । ଜଳ ନିଷ୍କାସନ ନ ହେବା କାରଣରୁ ଜଳସ୍ତର ବଢ଼ିବାରେ ଲାଗିଛି । ପୂର୍ବରୁ ଲୋକମାନେ ଏ ସମ୍ପର୍କରେ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ ।
