• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ସୁପ୍ରିମକୋର୍ଟ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକର ମାଗିଲେ ତାଲିକା, କହିଲେ, ପ୍ରଦୂଷଣ ଏକ ଦେଶବ୍ୟାପୀ ସମସ୍ୟା

by Voice of Victims
December 16, 2024
in ଆଇନ କାନୁନ, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସୁପ୍ରିମକୋର୍ଟ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକର ମାଗିଲେ ତାଲିକା, କହିଲେ, ପ୍ରଦୂଷଣ ଏକ ଦେଶବ୍ୟାପୀ ସମସ୍ୟା

ନୂଆଦିଲ୍ଲୀ-ଏନସିଆର୍ ପ୍ରଦୂଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ବିଷୟରେ ତଥ୍ୟ ଲୋଡ଼ିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ସମସ୍ୟାର ମୁକାବିଲା ପାଇଁ ଅନ୍ୟାନ୍ୟ ସହରରେ ମଧ୍ୟ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ । ଜଷ୍ଟିସ୍ ଅଭୟ ଏସ୍ ଓକା ଓ ମନମୋହନଙ୍କ ବେଞ୍ଚ କହିଛନ୍ତି ଯେ ସୁପ୍ରିମକୋର୍ଟ ଦିଲ୍ଲୀରେ ଅଛନ୍ତି ଏହାର ଅର୍ଥ ନୁହେଁ ଯେ ଆମର ଚିନ୍ତାଧାରା କେବଳ ଏହା ଭିତରେ ସୀମିତ । କୋର୍ଟ ସାରା ଦେଶରେ ପ୍ରଦୂଷଣକୁ ନେଇ ଶୁଣାଣି କରିବ ।ସୁପ୍ରିମକୋର୍ଟ ସୋମବାର କହିଛନ୍ତି, ପ୍ରଦୂଷଣ ଏକ ଦେଶବ୍ୟାପୀ ସମସ୍ୟା, ତେଣୁ ଆମେ ଏହି ଶୁଣାଣିର ପରିସର ବଢ଼ାଉଛୁ । କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକ ବିଷୟରେ ସୂଚନା ମାଗିଛନ୍ତି । ଏହା ସହିତ ଦେଶରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଭଳି ମେକାନିଜମ୍ ଲାଗୁ କରିବାର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ସୁପ୍ରିମକୋର୍ଟ କେବଳ ଦିଲ୍ଲୀରେ ପ୍ରଦୂଷଣ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ଆମେ ବାର୍ତ୍ତା ଦେବା ଉଚିତ୍ ନୁହେଁ । ଅନ୍ୟ ପ୍ରଦୂଷିତ ସହରର ମଧ୍ୟ ତାଲିକା ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ସୁଧାରିବା ପାଇଁ ସକ୍ରିୟ ଥିବା CAQMକୁ ଅନ୍ୟ ରାଜ୍ୟରେ ବି ଲାଗୁ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଏହି ମେକାନିଜମ୍ ବାୟୁ ପ୍ରଦୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରଭାବଶାଳୀ ମଡେଲ ଭାବରେ ଉଭା ହୋଇଛି । ତେବେ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରି କହିଛନ୍ତି, ଦିଲ୍ଲୀ-ଏନସିଆରରେ ଲାଗୁ ହୋଇଥିବା ଗ୍ରାପ୍ (GRAP) ଅନ୍ୟ ରାଜ୍ୟରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ ହେଉନାହିଁ । ବେଞ୍ଚ କହିଛନ୍ତି, ଅନ୍ୟ ରାଜ୍ୟରେ ବି ସମାନ ସମସ୍ୟା ରହିଛି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ । ଏନସିଆର୍ ସଂଲଗ୍ନ ସହରଗୁଡ଼ିକରେ ନିଷିଦ୍ଧ କାର୍ଯ୍ୟକଳାପ ଜାରି ରହିଛି । ଏବେ ବି ଅନ୍ୟ ରାଜ୍ୟଗୁଡ଼ିକରେ ନଡ଼ା ଜଳାଯାଉଛି, ଯଦ୍ଦ୍ଵାରା ପ୍ରଦୂଷଣର ସ୍ତର ଆହୁରି ବୃଦ୍ଧି ପାଉଛି ।

Post Views: 55
Tags: Supreme Court seeks list of country's most polluted cities
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In