• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ

by Voice of Victims
December 28, 2024
in ମୁଖ୍ୟ ଖବର, ରାଜ୍ୟ
‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ

ଭୁବନେଶ୍ୱର,: ବାଘୁଣୀ ‘ଜିନ୍ନତ’ ଏବେ ପଶ୍ଚିମବଙ୍ଗ ସୀମାରେ ବିଚରଣ କରୁଛି । ହେଲେ ଠିକ୍ ଭାବେ ଟ୍ରାକ୍ ହୋଇ ପାରୁନଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସବୁ ସ୍ଥାନରେ ଜିପିଏସ୍ ନେଟୱର୍କ ନଥିବା କାରଣରୁ ‘ଜିନ୍ନତ’କୁ ଟ୍ରାକ୍ କରାଯାଇ ପାରୁନାହିଁ । ବହୁତ ସ୍ଥାନରେ ଜିପିଏସ୍ ଫେଲ୍ ମାରୁଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ‘ଜିନ୍ନତ’କୁ ଟ୍ରାକ୍ କରିବାରେ ଲାଗିଛନ୍ତି । ‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କିଛିଦିନ ପୂର୍ବରୁ ‘ଜିନ୍ନତ’ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଥିବା ସୂଚନା ମିଳିଥିଲା । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ‘ଜିନ୍ନତ’କୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଥିଲା । ‘ଜିନ୍ନତ’ ଓଡ଼ିଶାର ଶିମିଳିପାଳ ଠାରୁ ପ୍ରାୟ ୧୩୦ କି.ମି. ଦୂରରେ ରହିଥିଲା । ଯେକୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ କରାଯାଉଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଥିଲା । ବାଘୁଣୀକୁ ଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Post Views: 38
Share199Tweet125Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In