• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ

by Voice of Victims
January 3, 2025
in ମୁଖ୍ୟ ଖବର, ରାଜ୍ୟ
ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଭୁବନେଶ୍ବର: ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୁଣି ଆରମ୍ଭ ହୋଇଅଛି। ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଥିବା ବେଳେ ଚୂନ ଛଡାଯିବା ପରେ ପଥରର ସରଫେସ ଦେଖା ଯାଇଅଛି। ତେବେ ଗତ ଡିସେମ୍ବର ୨୫ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଇଂରାଜୀ ନୂଆବର୍ଷ ଓ ଛୁଟି ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ପଥରରେ ଫାଟ ହୋଇଛି। ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ। ପରେ ଲୁହା ବିମ ଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ ଲଗାଯିବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାରର ବାହାର ପଟ ମରାମତି କରାଯିବ। ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଭିତରକାଠ ଦର୍ଶନ ବନ୍ଦ ରହିବ।ଭକ୍ତ ମାନେ ମରାମତି ସମୟରେ ବାହାର କାଠରୁ ଦର୍ଶନ କରିପାରିବେ।ଅନ୍ୟପଟେ ଆଜିଠୁ ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ। ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯାଇଅଛି।

Post Views: 61
Share198Tweet124Send
Voice of Victims

Voice of Victims

Recent Posts

  • ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ ?
  • ବହୁ ପ୍ରତୀକ୍ଷିତ ବଡ଼ବିଲ ବାଇପାସ୍-କମ୍-ରିଙ୍ଗ୍ ରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?
  • ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In