• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଇ ପେପର

ଦେବଜିତ ସାଇକିଆ ହେଲେ BCCI ର ନୂଆ ସମ୍ପାଦକ

by Voice of Victims
January 12, 2025
in ଇ ପେପର, ମୁଖ୍ୟ ଖବର
ଦେବଜିତ ସାଇକିଆ ହେଲେ BCCI ର ନୂଆ ସମ୍ପାଦକ

ନୂଆଦିଲ୍ଲୀ: ବିସିସିଆଇ ନୂଆ ସମ୍ପାଦକ ହେଲେ ଦେବଜିତ ସାଇକିଆ । ଜୟ ଶାହଙ୍କ ପରେ ଦେବଜିତଙ୍କୁ ବିସିସିଆଇର ଦାୟିତ୍ବ ମିଳିଛି । ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ଦେବଜିତଙ୍କୁ ଏହି ଦାୟିତ୍ବ ଦେଇଛି ବିସିସିଆଇ । ତାଙ୍କୁ ବିସିସିଆଇ ସଭାପତି ରୋଜର ବିନ୍ନି କାର୍ଯ୍ୟକାରୀ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି। ସେହିପରି ପ୍ରଭତେଜ ସିଂ ଭାଟିଆଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଦେବଜିତ ସାଇକିଆ ଆସାମର ପୂର୍ବତନ କ୍ରିକେଟର । ୫୫ ବର୍ଷୀୟ ଦେବଜିତ ଆସାମ ପାଇଁ ୪ଟି ଫାଷ୍ଟ କ୍ଲାସ କ୍ରିକେଟ ଖେଳିଛନ୍ତି । ତାଙ୍କର ଶ୍ରେଷ୍ଠ ସ୍କୋର ୫୪ ରନ୍ । ସେ ୮ଟି କ୍ୟାଚ ଧରିଥିବା ବେଳେ ଗୋଟିଏ ଷ୍ଟମ୍ପ ଆଉଟ୍ କରିଛନ୍ତି । ପେଶାରେ ସେ ଜଣେ ଓକିଲ । ୨୦୧୬ରେ ସାଇକିଆ ଏସିଏର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୯ରେ ତାଙ୍କୁ ସଚିବ ଭାବେ ଚୟନ କରାଯାଇଥିଲା । ଏହାପରେ ୨୦୨୨ରେ ବିସିସିଆଇରେ ଏଣ୍ଟ୍ରି କରିଥିଲେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଚୟନ କରାଯିବା ସମୟରେ ଦେବଜିତ ସାଇକିଆ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା । କ୍ରିକେଟ୍ ପରେ ସେ ଆଇନରେ କ୍ୟାରିୟର କରିଥିଲେ ଏବଂ ୨୮ ବର୍ଷ ବୟସରେ ସେ ଗୌହାଟୀ ହାଇକୋର୍ଟରେ ଓକିଲ ହୋଇଥିଲେ । ବିସିସିଆଇର ପୂର୍ବତନ ସଚିବ ଜୟ ଶାହ ଆଇସିସି ଅଧ୍ୟକ୍ଷ ହୋଇସାରିଲେଣି। ସେ ଡିସେମ୍ବର ୧ ତାରିଖରୁ ପଦଭାର ସମ୍ଭାଳିଛନ୍ତି । ଜୟ ଶାହ ଚଳିତ ବର୍ଷ ଅଗଷ୍ଟରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ହୋଇଛନ୍ତି । ଏହି ପଦ ସମ୍ଭାଳିବାରେ ଜୟ ଶାହ ସବୁଠାରୁ କନିଷ୍ଠ ଅଧ୍ୟକ୍ଷ। ପୂର୍ବରୁ ଜଗମୋହନ ଡାଲମିଆ, ଶରତ ପାଓ୍ଵାର, ଏନ ଶ୍ରୀନିବାସନ, ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ପଦ ସମ୍ଭାଳିଛନ୍ତି । ଆଇସିସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଦୁଇ -ଦୁଇ ବର୍ଷ ପାଇଁ ତିନିଟି ଟର୍ମ ଥାଏ । ଜଗମୋହନ ଡାଲମିଆ ୧୯୯୭ରୁ ୨୦୦୦, ଶରଦ ପାଓ୍ଵର ୨୦୧୦ରୁ ୨୦୧୨, ଏନ ଶ୍ରୀନିବାସନ ୨୦୧୪ ରୁ ୨୦୧୫ ଏବଂ ଶଶାଙ୍କ ମନୋହର ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଆଇସିସି ଚେୟାରମ୍ୟାନ ପଦବୀରେ ରହିଥିଲେ ।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In